sanjay Photograph: (google)
କନକ ବ୍ୟୁରୋ : ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବ ସ୍ବାମୀ ତଥା ବ୍ୟବସାୟୀ ସଞ୍ଜୟ କପୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ହେବ ବୋଲି ସୂଚନା ମିଳୁଛି । ଏହାର ସୂଚନା ସଞ୍ଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବାଙ୍କ ବାପା ଅଶୋକ ସଚଦେବା ଦେଇଛନ୍ତି । ସେ କହିଛନ୍ତି ଯେ ‘ବର୍ତ୍ତମାନ ଶବବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି । ଲଣ୍ଡନରେ ସବୁ କାର୍ଯ୍ୟ ଶେଷ ହେବା ପରେ ମୃତଦେହକୁ ଭାରତ ଅଣାଯିବ ଏବଂ ସଞ୍ଜୟଙ୍କ ଅନ୍ତିମ ସଂସ୍କାର ହେବ ।’
ଜୁନ୍ ୧୩ ତାରିଖରେ ଲଣ୍ଡନରେ ପୋଲୋ ଇଭେଣ୍ଟ୍ ଚାଲିଥିବା ସମୟରେ ୫୩ ବର୍ଷୀୟ ସଞ୍ଜୟଙ୍କ ଖେଳୁଥିବା ସମୟରେ ହଠାତ ଦେହ ଅସୁସ୍ଥ ହୋଇଗଲା ଏବଂ ସେ ମଇଦାନରେ ହିଁ ପଡ଼ି ଯାଇଥିଲେ । ଡାକ୍ତରୀ ଦଳ ତାଙ୍କୁ ଘଟଣାସ୍ଥଳରେ ହିଁ ମୃତ ଘୋଷଣା କଲେ । କରିସ୍ମାଙ୍କ ସହ ସଞ୍ଜୟଙ୍କ ୨ ଟି ସନ୍ତାନ ମଧ୍ୟ ଅଛନ୍ତି । ୟୁକେର ବୋର୍ଡିଂ ସ୍କୁଲରେ ସମାଇରା କପୁର ଏବଂ କିୟାନ ରାଜ କପୁର ପାଠ ପଢୁଛନ୍ତି । ତେବେ ସୂଚନା ଅନୁସାରେ ୟୁକେରେ ହିଁ ସଞ୍ଜୟଙ୍କ ମୃତ୍ୟୁ ଘଟିଛି ।
Follow Us