କନକ ବ୍ୟୁରୋ : ସାଉଥ୍ ସିନେ ଇଣ୍ଡଷ୍ଟ୍ରିର ଡିଭା, ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଫ୍ୟାନ୍ସମାନେ ମଧ୍ୟ ନିଜ ପ୍ରିୟ ଅଭିନେତ୍ରୀ ସାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖୁସିର କାରଣ ହେଉଛି ସାମନ୍ଥା ନିଜ ବୟଫ୍ରେଣ୍ଡ୍ ରାଜ ନିଦିମୋରୁଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ବିବାହର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲାଲ୍ ରଙ୍ଗର ଶାଢ଼ି ପିନ୍ଧିଥିବା ନଜର ଆସୁଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, "୧.୧୨.୨୦୨୫ ।"
ତେବେ ଅନେକ ଦିନରୁ ସାମନ୍ଥା- ରାଜଙ୍କ ଭିତରେ ପ୍ରେମ ସଂପର୍କ ଥିଲା ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ବିବାହର ରୂପ ନେଇଛି । ଅଚାନକ ଏମିତି ଦ୍ବିତୀୟ ବିବାହ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଅଭିନେତ୍ରୀ । ଇନଷ୍ଟାରେ ସେୟାର୍ କରାଯାଇଥିବା ଗୋଟିଏ ଫଟୋରେ ଏହି ଦମ୍ପତି ମୁଦି ବଦଳ କରୁଥିବାର ଦେଖାଯାଉଛି । ଇଣ୍ଡିଆନ୍ ଗେଟଅପ୍ ଏବଂ ମେକଅପରେ ସାମନ୍ଥାଙ୍କୁ ପୁଣିଥରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ଫଟୋରେ ସେ ତାଙ୍କ ସ୍ୱାମୀ ରାଜଙ୍କ ହାତ ଧରିଥିବାର ନଜର ଆସୁଛନ୍ତି । ସାମନ୍ଥା ଲାଲ ଶାଢ଼ି ସହ ହାର, ମ୍ୟାଚ୍ କରୁଥିବା ଚୁଡ଼ି , କାନଫୁଲ ଏବଂ ଗଜରା ଲଗାଇ ଖୁବ୍ ସୁନ୍ଦର ଦିଶୁଛନ୍ତି । ବର୍ତ୍ତମାନ ତାଙ୍କର ଏହି ବ୍ରାଇଡାଲ୍ ଲୁକର ଫଟୋ ଖୁବ୍ ଭାଇରାଲ୍ ହେଉଛି । ଅନ୍ୟପଟେ ରାଜ ଧଳା କୁର୍ତ୍ତା ପାଇଜାମା ଏବଂ ମାଟିଆ ରଙ୍ଗର ନେହେରୁ ଜ୍ୟାକେଟ ପିନ୍ଧି ସୁନ୍ଦର ଦେଖାଯାଉଛନ୍ତି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ନବବିବାହିତ ଯୋଡ଼ିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ : ୧ଟଙ୍କାରେ ବାହାଘର, ଉଦାହରଣ ସାଜିଲେ ଜଜ୍ ଦମ୍ପତ୍ତି
ତେବେ ଆପଣଙ୍କୁ କହିରଖୁଛୁ କି ଅଭିନେତା ନାଗ ଚୈତନ୍ୟଙ୍କ ସହ ଛାଡ଼ପତ୍ର ପରେ ଛାଡ଼ପତ୍ର ପରେ ସାମନ୍ଥା ଏକ କଷ୍ଟକର ସମୟ ଦେଇ ଗତି କରୁଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କୁ ତାଙ୍କ ଜୀବନରେ ଖୁସି ପାଇବାର ଦେଖି ପ୍ରଶଂସକମାନେ ମଧ୍ୟ ଖୁସି ହେଉଛନ୍ତି । ନାଗାଙ୍କ ସହ ତାଙ୍କର ଉଭୟ ଖ୍ରୀଷ୍ଟିଆନ ଏବଂ ପାରମ୍ପରିକ ବିବାହ ହୋଇଥିଲା। କିନ୍ତୁ ରାଜଙ୍କ ସହ ସେ ସମ୍ପୁର୍ଣ୍ଣ ଭାବରେ ସରଳ ବିବାହ କରିବାକୁ ଚାହୁଥିଲେ । ଯେଉଁଥିପାଇଁ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ କରାଯାଇଥିଲା । ତେବେ କେବଳ ସାମନ୍ଥା ନୁହଁନ୍ତି ରାଜଙ୍କ ମଧ୍ୟ ଏହା ଦ୍ବିତୀୟ ବିବାହ । ୨୦୧୭ ସାମଙ୍କ ପ୍ରଥମ ପ୍ରେମ ବିବାହ ହୋଇଥିଲା କିନ୍ତୁ ସମ୍ପର୍କରେ ତିକ୍ତତା ଯୋଗୁଁ ୨୦୨୧ ରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା ।
ଏହାର କିଛି ବର୍ଷ ପରେ ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ବିବାହ କରିଥିଲେ । ଡିଭୋର୍ସ ପରେ ସାମନ୍ଥା ଡିପ୍ରେସନର ଶିକାର ହୋଇଥିଲେ । ଏହି ସମୟରେ ନିର୍ଦ୍ଦେଶକ ରାଜ ନିଦିମୋରୁ ତାଙ୍କ ଜୀବନରେ ଭଗବାନଙ୍କ ଦୂତ ଭଳି ପ୍ରବେଶ କରିଥିଲେ । "ଫ୍ୟାମିଲି ମ୍ୟାନ୍" ସୁଟିଂ ସମୟରେ ଉଭୟ ନିକଟତର ହୋଇଥିଲେ ଏବଂ ସମ୍ପର୍କକୁ ଗୁପ୍ତ ରଖିଥିଲେ । କିଛି ମାସ ପୂର୍ବରୁ ହିଁ ଦୁହେଁ ଇନଷ୍ଟାଗ୍ରାମରେ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଆଉ ଏବେ ଡିସେମ୍ବର ୧ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ରାଜ ପୂର୍ବରୁ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ ଏବଂ ୨୦୨୨ ରେ ତାଙ୍କର ଡିଭୋର୍ସ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/01/samantha-2025-12-01-20-35-37.jpg)