କନକ ବ୍ୟୁରୋ : ବଲିଉଡର ସୁପରଷ୍ଟାର୍ ସଲମାନ ଖାନ୍ ନିଜ ଫିଲ୍ମକୁ ନେଇ ଯେତେ ଚର୍ଚ୍ଚିତ ନିଜ ଫିଟନେସ୍ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତେ ଚର୍ଚ୍ଚିତ । ବର୍ତ୍ତମାନ ସଲମାନ ‘ଦ ଗ୍ରେଟ୍ ଇଣ୍ଡିଆ କପିଲ୍ ଶର୍ମା ସୋ’ରେ ନିଜ ସ୍ବାସ୍ଥ୍ୟକୁ ନେଇ ବଡ଼ ଖୁଲାସା କରିଛନ୍ତି । ଭାଇଜାନଙ୍କ ଖୁଲାସା ପରେ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ପ୍ରକଟ ହୋଇଛି । ସେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସହ ଲଢ଼େଇ କରୁଥିଲେ ମଧ୍ୟ ପରିଶ୍ରମ କରିବା ଏବଂ ସିନେମାରୁ ବ୍ରେକ୍ ନେଇନଥିବା କଥା କହିଛନ୍ତି । 

Advertisment
salman
salman Photograph: (google)

ଜୁନ ୨୧ ତାରିଖରେ ସଲମାନ ‘ଦ ଗ୍ରେଟ୍ ଇଣ୍ଡିଆ କପିଲ୍ ଶର୍ମା ସୋ’ର ନୂଆ ସିଜନରେ ପ୍ରଥମ ଅତିଥି ରୂପେ ନଜର ଆସିଥିଲେ । ଏହି ସମୟରେ ସେ ପୂର୍ବରୁ ଅଧିକ ଫିଟ୍ ଏବଂ ଏନର୍ଜେଟିକ୍ ନଜର ଆସିଥିଲେ । ସୋ’ରେ ଭାଇଜାନଙ୍କୁ ଯେତେବେଳେ କପିଲ ଶର୍ମା ବିବାହ ଏବଂ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ କରିଥିଲେ ସଲମାନ ସବୁ କଥା ଖୋଲି କହିଥିଲେ । ସେ କହିଥିଲେ ‘ମୁଁ ପ୍ରତିଦିନ ଟ୍ରାଇଜେମିନଲ୍ ନ୍ୟୁରାଲଜିୟା ସହ ଲଢ଼େଇ କରୁଛି । ମୋ ମସ୍ତିଷ୍କରେ ଏନ୍ୟୁରିଜମ୍ ରହିଛି , ଏହା ପରେ ବି କାମ କରିବାକୁ ପଡୁଛି । ମୋ ଶରୀର AV ମାଲଫର୍ମେସନ୍ ସହ ଲଢ଼ୁଥିବା ପରେ ବି ମୁଁ ଚାଲୁଛି ।’ ସଲମାନଙ୍କ ଏହି ବୟାନ ଶୁଣିବା ପରେ ଦର୍ଶକ ହାକ୍କାବାକ୍କା ହୋଇ ଚାହିଁ ରହିଥିଲେ ।