ତେଜୁଛି ଫିଲ୍ମ ନିର୍ଦ୍ଦେଶକ ଅଭିନବ କଶ୍ୟପ ଓ ଅଭିନେତା ସଲଖାନଙ୍କ ମଧ୍ୟରେ ଅଡୁଆ । ପୁଣି ଥରେ ସଲମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସୁପରହିଟ୍ ଫିଲ୍ମ ଦବଙ୍ଗର ନିର୍ଦ୍ଦେଶକ ଅଭିନବ କଶ୍ୟପ୍ । ସଲମାନଙ୍କୁ ଗୁଣ୍ତା ବୋଲି ସମ୍ବୋଧନ କରିବା ସହ ତାଙ୍କୁ ଅସଭ୍ୟ ଓ ଅଭଦ୍ର ମଣିଷ ବୋଲି କହିଛନ୍ତି ଅଭିନବ । କେବଳ ସଲମାନଙ୍କ ବିଷୟରେ ନୁହେଁ ବରଂ ତାଙ୍କ ପରିବାର ବିଷୟରେ ମଧ୍ୟ ବଡ଼ କଥା କହିଛନ୍ତି ।
ଅଭିନବ ସଲମାନଙ୍କ ସୁପରହିଟ୍ ଫିଲ୍ମ 'ଦବଙ୍ଗ'ର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ତାଙ୍କର ସୁପରଷ୍ଟାରଙ୍କ ପରିବାର ସହିତ ଝଗଡ଼ା ହୋଇଥିଲା । ଏବେ ପୁଣିଥରେ ଅଭିନବ ସଲମାନ ଖାନ ଏବଂ ତାଙ୍କ ପରିବାର ବିଷୟରେ ବଡ଼ କଥା କହିଛନ୍ତି । ଅଭିନବ ଏକ ସାକ୍ଷାତକାରରେ କହିଛନ୍ତି, ସଲମାନଙ୍କ ଅଭିନୟରେ କୌଣସି ଆଗ୍ରହ ନାହିଁ । ଏବେ ନୁହେଁ ବରଂ ଗତ ୨୫ ବର୍ଷ ଧରି ତାଙ୍କର ଅଭିନୟରେ ଆଗ୍ରହ ନାହିଁ । ସେ କାମ କରିବାକୁ ଆସି କେବଳ ଦୟା କରନ୍ତି । ସେ ଜଣେ ସେଲିବ୍ରିଟି ହେବାରେ ଅଧିକ ଆଗ୍ରହୀ କିନ୍ତୁ ତାଙ୍କର ଅଭିନୟରେ କୌଣସି ଆଗ୍ରହ ନାହିଁ । ସେ ଜଣେ ଗୁଣ୍ଡା । ଦବଙ୍ଗ ପୂର୍ବରୁ ମୁଁ ଏହା ଜାଣି ନଥିଲି । ସଲମାନ ଜଣେ ଅଭଦ୍ୟ ଓ ଅସଭ୍ୟ ମଣିଷ ।
ଅଭିନବ ସଲମାନଙ୍କ ପରିବାର ବିଷୟରେ କହିଛନ୍ତି, 'ସଲମାନ ବଲିଉଡରେ ଷ୍ଟାର ସିଷ୍ଟମ ଆରମ୍ଭ କରିଛନ୍ତି । ସେ ଏକ ଫିଲ୍ମ ପରିବାରରୁ ଆସିଛନ୍ତି ଯେଉଁମାନେ ୫୦ ବର୍ଷ ଧରି ଏହି ଲାଇନ୍ରେ ଅଛନ୍ତି । ସେ କେବଳ ଏହି ପ୍ରକ୍ରିୟାକୁ ବଜାୟ ରଖୁଛନ୍ତି । ସେମାନେ ପ୍ରତିଶୋଧର ମନୋଭାବ ନେଇ କାମ କରୁଥିବା ଲୋକ । ସେମାନେ ପୂରା ବଲିଉଡ୍କୁ ନିୟନ୍ତ୍ରଣ କରନ୍ତି । ଯଦି ଆପଣ ସେମାନଙ୍କ କଥାରେ ସହମତ ନ ହୁଅନ୍ତି, ତେବେ ସେମାନେ ଆପଣଙ୍କ ପଛରେ ପଡ଼ିଯାଆନ୍ତି ।'
ଅଭିନବ କଶ୍ୟପ ହେଉଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ସାନ ଭାଇ । ଯେତେବେଳେ ୨୦୧୦ ରେ ଦବଙ୍ଗ ହିଟ୍ ହୋଇଥିଲା । ଖାନ ପରିବାର ଅଭିନବଙ୍କୁ ଏହାର ପାର୍ଟ ୨ ନିର୍ଦ୍ଦେଶନା କରିବାକୁ କହିଥିଲେ । କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫିଲ୍ମ କରିବାକୁ ମନା କରିବାରୁ ଖାନ ପରିବାର ତାଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଧମକ ଦେଇଥିଲେ । ସେବେଠାରୁ ଅଭିନବ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପରିବାର ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆଣୁଥିବାର ଦେଖିବାକୁ ମିଳିଛି । କିନ୍ତୁ ସଲମାନ କେବେ ବି ଅଭିନବଙ୍କ ମନ୍ତବ୍ୟର ସାର୍ବଜନୀନ ଭାବେ ପ୍ରତିକ୍ରିୟା ରଖିନାହାନ୍ତି ।