କନକ ବ୍ୟୁରୋ : ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଗୁଡ଼ିକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥା’ନ୍ତି । ବ୍ଲକ୍‌ବଷ୍ଟର ଗୀତ ସହିତ ରୋମାଣ୍ଟିକ କାହାଣୀ ପାଇଁ ଜଣାଶୁଣା ମୋହିତ ସୁରୀ ଏଥର ଏକ ନୂତନ ଷ୍ଟାର କାଷ୍ଟ ସହିତ 'ସୈୟାରା' ନିର୍ମାଣ କରିଛନ୍ତି ଏବଂ ଆଶା ଅନୁଯାୟୀ ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟରେ ମଧ୍ୟ ପ୍ରବେଶ କରିଛି । କେବଳ ଫିଲ୍ମର କାହାଣୀ ପ୍ରଶଂସିତ ହେଉନାହିଁ ବରଂ ଏହି ଫିଲ୍ମର ମୁଖ୍ୟ କଳାକାର ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଜୀବନ୍ତ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛି । ଏହା ସହିତ ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ଓପନିଂ କରିଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ୨୬ଟି ନୂଆ ରିଲିଜ୍ ହୋଇଥିବା ଫିଲ୍ମକୁ ପଛରେ ପକାଇ ଦେଇଛି । ୱାଇଆରଏଫ ବ୍ୟାନରରେ ନିର୍ମିତ 'ସୈୟାରା'ର ପ୍ରମୋସନ ବଡ଼ ଆକାରରେ ହୋଇନଥିଲେ ବି ଏହାର ଚର୍ଚ୍ଚା ବହୁତ ହୋଇଥିଲା । ଟ୍ରେଲର ରିଲିଜ୍ ପରେ ଲୋକମାନେ ଫିଲ୍ମକୁ ନେଇ ଉତ୍ସାହିତ ଥିଲେ । ଫିଲ୍ମର ଗୀତ ଚାରିଆଡ଼େ ଟ୍ରେଣ୍ଡ କରିଥିଲା । ଗୀତ ଓ ୨ ମୁଖ୍ୟ କଳାକାରଙ୍କ ଅଭିନୟ 'ସୈୟାରା'କୁ ଜବରଦସ୍ତ ଆଡଭାନ୍ସ ବୁକିଂ ଦେଇଥିଲା । ୧୮ ଜୁଲାଇରେ ସିନେମା ହଲରେ ରିଲିଜ୍ ହେବା ପରେ ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଲା । ଫିଲ୍ମର କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । ଫିଲ୍ମକୁ ଏବେ ସମୀକ୍ଷକ ଏବଂ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଏହା ସହିତ ଜବରଦସ୍ତ ଓପନିଂ କରି ଅନେକ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ପଛରେ ପକାଇ ଦେଇଛନ୍ତି ଆହାନ-ଅନୀତ୍ । ରିଲିଜ୍ ଦିନ ଫିଲ୍ମଟି ୨୦କୋଟିରୁ ଅଧିକ ଆୟ କରିଥିବା ବେଳେ ଚଳିତ ବର୍ଷ ରିଲିଜ୍ ହୋଇଥିବା ୨୬ଟି ଫିଲ୍ମକୁ ପଛରେ ପକାଇଥିବା ଜଣାଯାଇଛି । ବଲିଉଡ ହଙ୍ଗାମାର ତଥ୍ୟ ଅନୁଯାୟୀ, ଏହି ସବୁ ଚଳଚ୍ଚିତ୍ରଗୁଡ଼ିକର ପ୍ରଥମ ଦିନର ଆୟ ରେକର୍ଡକୁ ଭାଙ୍ଗିଛି 'ସୈୟାରା' ।

Advertisment
saiyaara
saiyaara Photograph: (google)

ମାଲିକ୍ - ୪.୦୨ କୋଟି

ଆଙ୍ଖୋଁ କି ଗୁସ୍ତାଖିଆଁ - ୦.୩୫ କୋଟି 

ମେଟ୍ରୋ ଇନ୍ ଦିନୋ- ୪.୦୫ କୋଟି 

ମା - ୪.୯୩ କୋଟି 

ସୀତାରେ ଜମିନ୍ ପର୍ - ୧୦.୭୦ କୋଟି 

ଭୁଲ୍ ଚୁକ୍ ମାଫ୍ - ୭.୨୦ କୋଟି 

କେସରୀ ଭୀର - ୨୫ଲକ୍ଷ 

କମ୍ପକମ୍ପୀ - ୨୬ଲକ୍ଷ 

ରେଡ୍ ୨ - ୧୯.୭୧ କୋଟି 

ଦ ଭୁତନୀ - ୧.୧୯ କୋଟି 

ଫୁଲେ - ୧୫ଲକ୍ଷ  

ଗ୍ରାଉଣ୍ଡ ଜିରୋ - ୧.୨୦ କୋଟି 

କେସରୀ ପାର୍ଟ ୨- ୭.୮୪ କୋଟି 

ଜାଟ୍ - ୯.୬୨ କୋଟି 

ଦ ଡିପ୍ଲୋମାଟ- ୪.୦୩ କୋଟି 

କ୍ରେଜି - ୧.୧୦ କୋଟି 

ସୁପରବଏଜ୍ ଅଫ୍ ମାଲେଗାଓଁ - ୫୦ ଲକ୍ଷ

ମେରେ ହଜବ୍ୟାଣ୍ଡ କି ବିୱି - ୧.୭୫ କୋଟି

ବଦମାସ ରବି କୁମାର - ୩.୫୨ କୋଟି

ଲଭୟାପା - ୧.୨୫ କୋଟି

ଦେବା - ୫.୭୮ କୋଟି

ସ୍କାଏ ଫୋର୍ସ - ୧୫.୩୦ କୋଟି

ଏମରଜେନ୍ସି - ୩.୧୧ କୋଟି

ଆଜାଦ - ୧.୫୦ କୋଟି

ଫତେହ - ୨.୬୧ କୋଟି

ଗେମ୍ ଚେଞ୍ଜର୍ (ହିନ୍ଦୀ) - ୮.୬୪ କୋଟି