ଯୁବବର୍ଗଙ୍କୁ ପାଗଳ କରୁଛି ସିନେମା ‘ସୟାଁରା’ : କିଏ ହାତରେ ସିରିଞ୍ଜ ଲଗାଇ ଫିଲ୍ମ ଦେଖିଲେଣି ତ ଆଉ କିଏ ହଲରେ ଚେତାଶୂନ୍ୟ ହେଲେଣି

Advertisment

ସିନେମାର କାହାଣୀ କଥା କହିଲେ ଏହା ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଦର୍ଶକ ଖୁବ୍ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଫିଲ୍ମ ସହ ଜଡ଼ିତ ଥିବା ଅନେକ ଭିଡିଓ ଭାଇରାଲ୍ ହେଉଛି ।

ସିନେମାର କାହାଣୀ କଥା କହିଲେ ଏହା ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଦର୍ଶକ ଖୁବ୍ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଫିଲ୍ମ ସହ ଜଡ଼ିତ ଥିବା ଅନେକ ଭିଡିଓ ଭାଇରାଲ୍ ହେଉଛି ।

Sanyara

Sanyara Photograph: (kanakNews)

କନକ ବ୍ୟୁରୋ : ଜୁଲାଇ ୧୮ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି ବଲିଉଡ୍ ସିନେମା ‘ସୟାଁରା’ । ନିର୍ଦ୍ଦେଶକ ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କୌଣସି ନାମୀଦାମୀ କଳାକାର ନୁହେଁ ବରଂ ଜଲୱା ଦେଖାଇଛନ୍ତି ନୂଆ ମୁହଁ । ଅହାନ ପାଣ୍ଡେ ଏବଂ ଅନିତ ପଡ୍ଡାଙ୍କ ଅଭିନିତ ଏହି ସିନେମା ସିନେପ୍ରେମୀଙ୍କୁ ଖାସ୍ କରି ଯୁବବର୍ଗଙ୍କୁ ବେଶ୍ ପସନ୍ଦ ଆସିଛି । ଅଭିନେତା ଅହାନଙ୍କର ଏହା ଡେବ୍ୟୁ ଫିଲ୍ମ ଥିବା ବେଳେ ଅନିତ ପୂର୍ବରୁ ୱେବ୍ ସିରିଜ ଏବଂ ଏକ ସିନେମାରେ ପାର୍ଶ୍ବ ଅଭିନେତ୍ରୀ ରୂପେ ନଜର ଆସିଛନ୍ତି । ସିନେମାର କାହାଣୀ କଥା କହିଲେ ଏହା ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଦର୍ଶକ ଖୁବ୍ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଫିଲ୍ମ ସହ ଜଡ଼ିତ ଥିବା ଅନେକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ କିଛି ଦର୍ଶକ କାନ୍ଦି କାନ୍ଦି ହଲରେ ତଳେ ଗଡୁଥିବା ବେଳେ ଆଉ କିଛି ପ୍ରେମିକ,ପ୍ରେମିକା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଆଶ୍ଚର୍ଯ୍ୟକର କଥା ତ ସେତେବେଳେ ହେଲା ଯେତେବେଳେ ଜଣେ ଯୁବକ ହାତରେ IV ଡ୍ରିପ୍ ଲଗାଇ ହଲରେ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ ।

saiyaara-fan
saiyaara-fan Photograph: (google)

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ ହାତରେ IV ଡ୍ରିପ୍ ଲଗାଇ ସୟାଁରା ସିନେମା ଦେଖୁଛନ୍ତି ଏବଂ କାନ୍ଦୁଛନ୍ତି । ତେବେ ସିନେମାକୁ ଦେଖି କେବଳ ଏହି ଯୁବକ ନୁହେଁ ୨ ଜଣ ଯୁବତୀ ମଧ୍ୟ ଚେତାଶୂନ୍ୟ ହୋଇଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । କିଛି ଲୋକ ଯୁବବର୍ଗଙ୍କ ଏପରି ସମ୍ବେଦନଶୀଳ ହେବାକୁ ହାସ୍ୟାସ୍ପଦ କହୁଥିବା ବେଳେ ଆଉ କିଛି ୟୁଜର୍ସ ନୂଆ ଭୂତାଣୁ ବ୍ୟାପିଲା କହି ସମାଲୋଚନା କରୁଛନ୍ତି । ରୋମାଣ୍ଟିକ ଏବଂ ବିରହର କାହାଣୀ ଉପରେ ନିର୍ମିତ ଏହି ସିନେମା ଏବେ ହଲରେ ବେଶ୍ ପ୍ରଶଂସା ସାଉଁଟିବା ସହିତ ଭଲ ବ୍ୟବସାୟ ମଧ୍ୟ କରୁଛି । ସେକନିଲ୍କର ରିପୋର୍ଟ ଅନୁସାରେ ସିନେମା ବର୍ତ୍ତମାନ ୮୩.୨୫ କୋଟି ଟଙ୍କାରୁ ଅଧିକ ଆୟ କରିସାରିଛି । 

saiyaara-craze
saiyaara-craze Photograph: (google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe