କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଶିଳ୍ପା ସେଟ୍ଟୀଙ୍କୁ ସାଢ଼େ ୪ ଘଣ୍ଟା ଜେରା କରିଛି ମୁମ୍ବାଇ ପୁଲିସର ଅର୍ଥନୈତିକ ଶାଖା ଇଓଡବ୍ଲୁ । ୬୦ କୋଟି ଠକେଇ ମାମଲାରେ ଜେରା କରିଛି ଇଓଡବ୍ଲୁ । ସାଢ଼େ ୪ ଘଣ୍ଟା ଧରି ଶିଳ୍ପାଙ୍କୁ ମାରାଥନ୍ ଜେରା କରିଛି ମୁମ୍ବାଇ ପୁଲିସ । ଠକେଇ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ଜଣଙ୍କ ବୟାନ ରେକର୍ଡ କରାଯାଇଛି । ୬୦ କୋଟି ଠକେଇ କରିଥିବା କମ୍ପାନୀର ମାଲିକାନା ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ନାଁରେ ରହିଥିଲା ।

Advertisment

ରିପୋର୍ଟ ଆଧାରରେ, ଇଓଡବ୍ଲୁର ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ତଦନ୍ତ ଦଳ ପଚରାଉଚରା କରିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ବାସଭବନକୁ ଯାଇଥିଲେ । ପଚରାଉଚରା ସମୟରେ ସେ ତାଙ୍କ ବିଜ୍ଞାପନ କମ୍ପାନିର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ କଥିତ କାରବାର ସମ୍ପର୍କରେ ବିବରଣୀ ସେୟାର କରିଥିଲେ ।