କନକ ବ୍ୟୁରୋ : ବଲିଉଡର ୯୦ ଦଶକର ସୁନ୍ଦରୀ ହିରୋଇନ୍ ମଧୁ ଶାହଙ୍କୁ ଅବା କିଏ ନ ଜାଣେ । ଜୀବନ୍ତ ଅଭିନୟ ଏବଂ ନିଜର ସୁନ୍ଦର ଚେହେରା ପାଇଁ କୋଟି କୋଟି ସିନେପ୍ରେମୀଙ୍କ ହୃଦୟରେ ଆଜି ବି ରାଜ୍ କରନ୍ତି ଏହି ଅଭିନେତ୍ରୀ । ନିଜ କ୍ୟାରିୟରରେ ଅନେକ ସିନେମା କରିଥିଲେ ହେଁ ତାମିଲ ସିନେମା ‘ରୋଜା’ ଏବଂ ହିନ୍ଦୀ ସିନେମା ‘ଫୁଲ୍ ଅର୍ କାଣ୍ଟେ’ରେ ସେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ । 

Advertisment
Madhu
Madhu Photograph: (google)

ଅନେକ ଭାଷାର ସିନେମାରେ ଅଭିନୟ କରି ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ସିନେମା ଏବଂ କ୍ୟାରିୟରରୁ ବ୍ରେକ୍ ନେଇ ଏବେ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ୨ ଝିଅ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ୧୯୯୯ ମସିହାରେ ଅଭିନେତ୍ରୀ ମଧୁ ବ୍ୟବସାୟୀ ଆନନ୍ଦ ଶାହଙ୍କୁ ବିବାହ କରିଥିଲେ ଏବଂ ପରେ ୨ କନ୍ୟାରତ୍ନଙ୍କ ଜନନୀ ମଧ୍ୟ ହୋଇଥିଲେ । ଝିଅ ଅମେୟା ଏବଂ କେୟା ମଧ୍ୟରୁ ସାନଝିଅ କେୟା ସବୁବେଳେ ଗ୍ଲାମରସ୍ ଗେଟଅପରେ ନଜର ଆସିଥା’ନ୍ତି । 

madhu daughter
madhu daughter Photograph: (google)

ଅମେୟାଙ୍କ କଥା କହିଲେ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ସବୁବେଳେ ପ୍ରାଇଭେଟ୍ ରଖିଥା’ନ୍ତି । କିନ୍ତୁ କେୟାଙ୍କ ଆକାଉଣ୍ଟ୍ ପବ୍ଲିକ୍ ରହିଛି , ଯେଉଁଥିରେ ଅଧିକ ଫଲୋଅର୍ସ ରହିଛନ୍ତି । ଏହାସହ ସେ ସୋସିଆଲ୍ ମିଡିଆରେ ମଧ୍ୟ ସକ୍ରିୟ ରହିଥା’ନ୍ତି । ତେବେ ମଧୁଙ୍କ ଦୁଇ ଝିଅ ସିନେମା ଜଗତରୁ ଅନେକ ଦୂରରେ ରହିଛନ୍ତି । ରିପୋର୍ଟ ମୁତାବକ , ମଧୁ କହିଛନ୍ତି ଯେ ତାଙ୍କ ସାନଝିଅ କେୟା ନିଜ ବନ୍ଧୁଙ୍କ ସହ ମିଶି କପ୍ କେକ୍ ବ୍ୟବସାୟ କରୁଛନ୍ତି । 

madhoo-shah-daughter
madhoo-shah-daughter Photograph: (google)

ତେବେ କେୟା ମା’ଙ୍କ ସହ ଅନେକ ଇଭେଣ୍ଟରେ ନଜର ଆସିଥା’ନ୍ତି । ଲୋକ କୁହନ୍ତି ଯେ ସେ ନିଜ ମା’ ମଧୁଙ୍କ ପରି ଅବିକଳ ଦେଖାଯାଆନ୍ତି । ୨୦୨୪ରେ ସେ ଗ୍ରାଜୁଏସନ୍ ପାଠପଢ଼ା ଶେଷ କରିବା ସହ ଏହାର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । 

keya
keya Photograph: (google)