ଇନ୍ ଆଖୋଁ କେ ମସ୍ତି କେ ମସ୍ତାନେ ହଜାରୋଁ ହେଁ …
କନକ ବ୍ୟୁରୋ : ୮୦ ଦଶକରେ ଏକ ସିନେମା ପ୍ରେକ୍ଷାଳୟକୁ ଆସିଥିଲା ଯାହାକୁ ଦେଖି ଦର୍ଶକ ‘ରେଖା ଆଇ ଲଭ୍ ୟୁ’ ବୋଲି ଚିତ୍କାର କରିଥିଲେ । ୧୯୮୧ ରେ ପରଦାକୁ ଆସିଥିବା ଫିଲ୍ମ ‘ଉମରା ଓଜାନ’ ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଖାସ୍ କରି ସିନେମାର ଗୀତ ଏବଂ ଅଭିନେତ୍ରୀ ରେଖାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ଦର୍ଶକ ।
/filters:format(webp)/kanak/media/media_files/2025/07/09/rekha-2025-07-09-15-50-20.jpg)
ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ ଅବା କିଏ ନ ଜାଣନ୍ତି । ୭୦ ରୁ ୯୦ ଦଶକ ସମୟରେ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସୁଥିଲେ । ଏହା ପରେ ପରେ ସେ ଅନ୍ୟ ଚରିତ୍ରରେ ନଜର ଆସି ବର୍ତ୍ତମାନ ପର୍ଯ୍ୟନ୍ତ ସିନେପ୍ରେମୀଙ୍କୁ ମନୋରଞ୍ଜନ ଯୋଗାଉଛନ୍ତି । ବାସ୍ତବ ଅଭିନୟ ସାଙ୍ଗକୁ ନୃତ୍ୟରେ ପାରଙ୍ଗମ ଏହି ଏଭରଗ୍ରିନ୍ ସୁନ୍ଦରୀ ଅଭିନେତ୍ରୀଙ୍କ ରିଲ୍ ଲାଇଫ୍ ଯେତେ ଚର୍ଚ୍ଚାରେ ଥିଲା ରିୟଲ୍ ଲାଇଫ୍ ମଧ୍ୟ ସେତିକି ଚର୍ଚ୍ଚା ସାଉଁଟିଥିଲା । ଯୌବନ ସମୟରେ ରେଖାଙ୍କ ଅନେକ ପ୍ରେମ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହେଉଥିଲା । ସେ ବିବାହ ବି କରିଥିଲେ କିନ୍ତୁ ତାହା ସଫଳ ହୋଇପାରିନଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରେଖା ଶୋଇଥିବା ଜଣେ ପଣ୍ଡିତଙ୍କୁ ଉଠାଇ ରାତିଅଧରେ ମନ୍ଦିରରେ ବିବାହ କରିଥିଲେ ।
/filters:format(webp)/kanak/media/media_files/2025/07/09/bigb-rekha-2025-07-09-15-52-33.jpg)
ବଲିଉଡର ବିଗ୍ ବି ବୋଲାଉଥିବା ଅଭିନେତା ଅମିତାଭ ବଚ୍ଚନଙ୍କ ସହ କେବେ ରେଖାଙ୍କର ପ୍ରେମ ସମ୍ବନ୍ଧ ଥିଲା ଯାହା ପରେ ବିଚ୍ଛେଦର କାରଣ ପାଲଟିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରେଖା ଅମିତାଭଙ୍କ ଭୁଲି ନଥିବାର ଚର୍ଚ୍ଚା ମଧ୍ୟ ହୁଏ । ତେବେ ବ୍ରେକଅପ୍ ପରେ ରେଖା ଦିବଙ୍ଗତ ଅଭିନେତା ବିନୋଦ ମେହରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ସଂପର୍କ ମଧ୍ୟ ଅଧିକ ଦିନ ଧରି ତିଷ୍ଠି ପାରିନଥିଲା । ଏହା ପରେ ଅଭିନେତ୍ରୀ ଦିବଙ୍ଗତ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କ ସହ ୧୯୯୦ରେ ବିବାହ କରିଥିଲେ । ଲେଖକ ୟାସିର ଉସମାନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ରେଖା: ଦି ଅନଟୋଲ୍ଡ ଷ୍ଟୋରୀ’ରେ ରେଖାଙ୍କ ଜୀବନର ଅନେକ ଅକୁହା କାହାଣୀ ରହିଛି । ଏଥିରେ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ମୁକେଶ ଅଗ୍ରୱାଲଙ୍କ ସହ ତାଙ୍କର ବିବାହର କାହାଣୀ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ପୁସ୍ତକ ଅନୁସାରେ ରେଖା ୪ ମାର୍ଚ୍ଚ ୧୯୯୦ ରେ ମୁକେଶଙ୍କୁ ବିବାହ କରିଥିଲେ ।
/filters:format(webp)/kanak/media/media_files/2025/07/09/rekha-mrg-2025-07-09-15-50-50.jpg)
ଉଭୟ ମୁମ୍ବାଇର ମୁକ୍ତେଶ୍ୱର ମନ୍ଦିରରେ ବିବାହ କରିବାକୁ ପହଞ୍ଚିଥିଲେ । କିନ୍ତୁ ରାତି ହୋଇଥିବାରୁ ମନ୍ଦିରର ପୂଜକ ସଞ୍ଜୟ ବୋଡସ ଶୋଇ ପଡ଼ିଥିଲେ । ମୁକେଶ ଏବଂ ରେଖା ପଣ୍ଡିତଙ୍କୁ ଉଠାଇ କହିଥିଲେ ଯେ ସେ ବିବାହ କରିବାକୁ ଆସିଛନ୍ତି । ପୂଜକ ରେଖାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ରେଖା ସବୁବେଳେ ସେହି ମନ୍ଦିରକୁ ଯାଉଥିଲେ କିନ୍ତୁ ଏତେ ରାତିରେ ତାଙ୍କୁ ବିବାହ କରିବାକୁ ଆସିଥିବାର ଦେଖି ପୂଜକ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ସେ ରେଖା ଏବଂ ମୁକେଶଙ୍କ ବିବାହ କରାଇଥିଲେ ଯାହା ରାତି ୧୧ ଟାରେ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବିବାହର କିଛି ମାସ ପରେ ୧୯୯୦ ରେ ମୁକେଶ ଆତ୍ମହତ୍ୟା କରିଥିଲେ ।