କନକ ବ୍ୟୁରୋ: ସିନେମା କଳ୍କୀ-୨୮୯୮ ଏଡି ସିକ୍ବେଲରେ ନଜର ଆସିବେନି  ଅଭିନେତ୍ରୀ ଦୀପିକା ପାଦୁକୋନ । ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଦୀପିକାଙ୍କ ୩ଟି ସର୍ତ୍ତ ନପୂରା ହେବାକୁ ସେ ସିନେମାରୁ ଓହରିଥିବା ସୂଚନା ମିଳିଛି । କେବଳ ୮ଘଣ୍ଟାର ସୁଟିଂ, ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି ଓ ବ୍ୟକ୍ତଗତ ଟିମ ପାଇଁ ତାରକା ଯୋହେଶଲରେ ରହଣୀ ଦାବି କରିଥିଲେ । ଯାହାକୁ ମାନିବାକୁ ନାରାଜ ସିନେ ମେକର । ପୂର୍ବରୁ ସଞ୍ଜୟ ବାଙ୍ଗାଙ୍କ ସିନେମା ସ୍ପିରିଟରୁ ମଧ୍ୟ ଓହରିସାରିଛନ୍ତି ଦୀପିକା । ଏହି ଫିଲ୍ମରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମଟି ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ । କଳ୍କୀ ୨୮୯୮ ଏଡି ଫିଲ୍ମଟି ୨୭ ଜୁନ୍ ୨୦୨୪ରେ ମୁକ୍ତିଲାଭ କରିଥିଲା । ପ୍ରଥମ ଫିଲ୍ମର କାହାଣୀ ମହାଭାରତର କୁରୁକ୍ଷେତ୍ର ଯୁଦ୍ଧର ଶେଷରେ ଆରମ୍ଭ ହୁଏ ଏବଂ ୨୮୯୮ ଖ୍ରୀଷ୍ଟାବ୍ଦରେ ଭବିଷ୍ୟତକୁ ଗତି କରେ। କଳକି ୨୮୯୮ ଏଡି" ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା, ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଥିଲା ।

Advertisment