କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ଭାରି ଚର୍ଚ୍ଚା ।କୁହାଯାଉଛି ଯେ କାଭ୍ୟା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତାଙ୍କ ଭାବି ସ୍ୱାମୀ ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର, ଯିଏ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ । ଏକଥା ଖୋଦ୍‌ ଅନିରୁଦ୍ଧ କହିବା ପରେ ଚର୍ଚ୍ଚା ଜୋରଦାର ହେଉଛି । 

Advertisment

କାଭ୍ୟା ମାରାନ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକଙ୍କ ଝିଅ । ଯିଏ ଆଇପିଏଲ ନିଲାମଠାରୁ ଆରମ୍ଭ କରି ଆଇପିଏଲ ପର୍ଯ୍ୟନ୍ତ ଦଳର ପ୍ରତ୍ୟେକ ମ୍ୟାଚ୍‌ରେ ଦେଖାଯାଆନ୍ତି । ୨୦୨୪ ରନର୍ସ-ଅପ୍ ହାଇଦ୍ରାବାଦ ଏଥର ଲିଗ୍ ପର୍ଯ୍ୟାୟରୁ ବାଦ୍‌ ହୋଇଯାଇଥିଲା । କାଭ୍ୟାଙ୍କ ବିଷୟରେ କହିବାକୁ ଗଲେ, ତାଙ୍କର ଇନଷ୍ଟାଗ୍ରାମ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଫିସିଆଲ୍ ଆକାଉଣ୍ଟ ନାହିଁ । ତାଙ୍କୁ କେବଳ ଆଇପିଏଲ ମ୍ୟାଚ୍ ସମୟରେ ଦେଖାଯାଏ । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଉଭୟଙ୍କୁ ଡିନର ଡେଟରେ ଦେଖାଯାଇଥିଲା । କୁହାଯାଉଥିଲା ଯେ କାଭ୍ୟା ଏବଂ ଅନିରୁଦ୍ଧ ଗତ ୧ ବର୍ଷ ଧରି ଡେଟ୍ କରୁଛନ୍ତି ଏବଂ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଏନେଇ ଅନିରୁଦ୍ଧ ରବିଚନ୍ଦ୍ର ନିଜର ନିରବତା ଭାଙ୍ଗି ଏହାକୁ କେବଳ ଏକ ଗୁଜବ ବୋଲି କହିଛନ୍ତି । ସେ ଲେଖିଛନ୍ତି, "ବିବାହ ଆହା ? ଚୁପ ରୁହ ଏବଂ ଦୟାକରି ଏହି ଗୁଜବ ପ୍ରସାର କରିବା ବନ୍ଦ କର ।" ଅନିରୁଦ୍ଧ ସାଉଥ୍‌ର ଜଣେ ପ୍ରସିଦ୍ଧ ସଙ୍ଗୀତକାର । ସେ 'ଯବାନ' ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ, ଏହା ପୂର୍ବରୁ ସେ 'କୋଲାଭେରି ଡି' ମାଧ୍ୟମରେ ପ୍ରସିଦ୍ଧି ହାସଲ କରିଥିଲେ ।

କାଭ୍ୟା ମାରାନ୍ ମଧ୍ୟ ଜଣେ ଷ୍ଟାରଠାରୁ କିଛି କମ୍ ନୁହନ୍ତି, ସେ ଆଇପିଏଲ ମ୍ୟାଚ୍ ସମୟରେ ସବୁବେଳେ ଶିରୋନାମାରେ ରହିଥାଆନ୍ତି । ତାଙ୍କ ପ୍ରତିକ୍ରିୟାର ଭିଡିଓ କିମ୍ବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୁଏ ।