ଆଖି ବୁଜିଲେ ବଲିଉଡର ଏହି ଅଭିନେତ୍ରୀଙ୍କ ପିତା : ବର୍ଷା ଭିତରେ ବାପାଙ୍କୁ ଶେଷ ବିଦାୟ ଦେଲେ ଝିଅ

ଜୁନ୍ ୧୬ ତାରିଖରେ ପିତା ରମନ ରାୟ ହାଣ୍ଡାଙ୍କୁ ସବୁଦିନ ପାଇଁ ହରାଇ ବସିଛନ୍ତି ମନାରା ।

mannara-chopra

mannara-chopra Photograph: (google)

କନକ ବ୍ୟୁରୋ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମାଉସୀ ଝିଅ ଭଉଣୀ ମନାରା ଚୋପ୍ରାଙ୍କ ଉପରେ ପଡ଼ିଲା ଦୁଃଖର ପାହାଡ଼ । ଜୁନ୍ ୧୬ ତାରିଖରେ ପିତା ରମନ ରାୟ ହାଣ୍ଡାଙ୍କୁ ସବୁଦିନ ପାଇଁ ହରାଇ ବସିଛନ୍ତି ମନାରା । ଏହି ଦୁଃଖଦ ଖବରକୁ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ୍ କରି ଫ୍ୟାନ୍ସଙ୍କୁ ଅଭିନେତ୍ରୀ ସୂଚନା ଦେଇଛନ୍ତି । ୭୨ ବର୍ଷୀୟ ପିତାଙ୍କ ଦେହାନ୍ତରେ ଅଭିନେତ୍ରୀଙ୍କୁ ଶକ୍ତ ଆଘାତ ଲାଗିଛି । ଲଗାତାର ବର୍ଷା କାରଣରୁ ଅନ୍ତିମ ସଂସ୍କାରରେ ବିଳମ୍ବ ହୋଇଥିଲା ।

mannara-chopra-1
mannara-chopra-1 Photograph: (google)

ତେବେ ଆଜି ଗୁରୁଦ୍ବାରରେ ଅମର ଆତ୍ମାଙ୍କ ସଦଗତି ପାଇଁ ପ୍ରାର୍ଥନା ସଭା ରଖାଯାଇଛି । ବର୍ତ୍ତମାନ ଅଭିନେତ୍ରୀଙ୍କ ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି । ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ମନାରାଙ୍କ ଭଉଣୀ ମିତାଲି ଏବଂ ପୂରା ପରିବାର ମୁରବିଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି । ଶୋକରେ ବୁଡ଼ିଥିବା ପରିବାରକୁ ସମବେଦନା ଜଣାଇବା ପାଇଁ ପହଞ୍ଚିଛନ୍ତି ସାଙ୍ଗସାଥୀ ଏବଂ ବଲିଉଡ୍ କଳାକାର । ଭାଇରାଲ୍ ହେଉଥିବା ଭିଡ଼ିଓରେ ମନାରା ପିତାଙ୍କ ଫଟୋକୁ ନେଇ ଗୁରୁଦ୍ବାର ଭିତରକୁ ପ୍ରବେଶ କରୁଥିବାର ନଜର ଆସୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe