କନକ ବ୍ୟୁରୋ : ଗତ କିଛି ଦିନ ହେଲା ସିନେମା ସୈୟାରା ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଛି । ଖାସ୍ କରି ଯୁବପିଢ଼ିଙ୍କୁ ଏହି ସିନେମା ଖୁବ୍ ପସନ୍ଦ ଆସିଛି । ପ୍ରେକ୍ଷାଳୟରେ ଫିଲ୍ମ ଦେଖି କିଏ ଚେତାଶୂନ୍ୟ ଯାଇଛି ତ ଆଉ କିଏ ଚିହ୍ଲେଇ ଚିହ୍ଲେଇ କାନ୍ଦିଛି । ସଂକ୍ଷିପ୍ତରେ କହିବାକୁ ଗଲେ ଯୁବପିଢ଼ିଙ୍କ ମନରେ ଯେମିତି ସୈୟାରାର କ୍ରେଜ୍ ଏହି କିଛି ଦିନ ହେଲା ଘାରିଥିଲା । କିନ୍ତୁ ସୈୟାରାକୁ ଟକ୍କର ଦେଲା ଭଳି ଏକ ଆନିମେଟେଡ୍ ଫିଲ୍ମ ଏବେ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଲାଭ ସୈୟାରାକୁ ମଧ୍ୟ ପଛରେ ପକାଇଦେଇଛି । ଫିଲ୍ମର ନାମ ହେଉଛି ମହାବତାର ନରସିହ୍ମା, ଯାହାର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଅଶ୍ୱିନ କୁମାର ଦେଇଛନ୍ତି । ସେ ଏହି ଫ୍ରାଞ୍ଚାଇଜକୁ ଭାରତର MCU ଶୈଳୀରେ ଆରମ୍ଭ କରିଛନ୍ତି । ଏହି ଫ୍ରାଞ୍ଚାଇଜର ପ୍ରଥମ କିସ୍ତି ହେଉଛି- ‘ମହାବତାର ନରସିହ୍ମା’ । ଲୋକଙ୍କ ମଧ୍ୟରେ ଫିଲ୍ମର ଚାହିଦା ଏତେ ଅଧିକ ଯେ ଏହାର ଆରମ୍ଭର ତିନି ଦିନରେ ହିଁ ଆୟରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାରଣରୁ ଏହି ଫିଲ୍ମଟି ବଜେଟଠାରୁ ୬୦୦ ଗୁଣ ଅଧିକ ଆୟ କରିଛି ।
/filters:format(webp)/kanak/media/media_files/2025/07/28/saiyara-2025-07-28-16-47-06.jpg)
‘ମହାବତାର ନରସିହ୍ମା’ ସିନେମାକୁ ହୋମ୍ବାଲେ ଫିଲ୍ମସ୍ ପ୍ରେଜେଣ୍ଟ କରିଛନ୍ତି । ଏହି ପ୍ରଡକ୍ସନ୍ ପୂର୍ବରୁ KGF, 'ସଲାର' ଏବଂ 'କାନ୍ତାରା' ଭଳି ଫିଲ୍ମ ପ୍ରଯୋଜନା କରିସାରିଛନ୍ତି । ଯାହା ବିଶ୍ବସ୍ତରରେ ଭଲ ଆକ୍ସନ୍ ସିନେମା ରୂପେ ଆଗକୁ ଆସିଛି । କିନ୍ତୁ କିଛି ସମୟ ପୂର୍ବରୁ ମେକର୍ସମାନେ 'ମହାବତାର ସିନେମାଟିକ୍ ୟୁନିଭର୍ସ' (MCU)ର ଘୋଷଣା କରିଥିଲେ । ଏହା ଅଧୀନରେ ଭଗବାନ ବିଷ୍ଣୁଙ୍କ ଦଶାବତାର ଉପରେ ସାତୋଟି ଆନିମେସନ୍ ଫିଲ୍ମ ନିର୍ମାଣ କରାଯିବ । ସିରିଜର ପ୍ରଥମ ଫିଲ୍ମ ‘ମହାବତାର ନରସିହ୍ମା’ ୨୫ ଜୁଲାଇରେ ରିଲିଜ୍ ହୋଇଥିଲା । ଓପନିଂ ଡେ'ରେ ଏହା ୧.୭୫ କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ଏହା ପରେ ଫିଲ୍ମର ଆୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା ।
/filters:format(webp)/kanak/media/media_files/2025/07/28/mahavatar-narsimha-official-2025-07-28-16-51-20.jpg)
ଦ୍ୱିତୀୟ ଦିନରେ ‘ମହାବତାର ନରସିହ୍ମା’ର ଆୟରେ ୧୬୨.୮୬ ପ୍ରତିଶତ ବୃଦ୍ଧି ଘଟିଥିଲା । ଅର୍ଥାତ୍ ଶନିବାର ଦିନ ଏହା ୪.୬ କୋଟି ଟଙ୍କାର ଆୟ କରିଥିଲା । ଏଥିମଧ୍ୟରୁ ୩.୨୫ କୋଟି ହିନ୍ଦୀ ଏବଂ ୧.୧୫ କୋଟି ତେଲୁଗୁ ଭର୍ସନରୁ ଆସିଥିଲା । ରିଲିଜ୍ ହେବାର ତୃତୀୟ ଦିନରେ ଏହା ୯.୫ କୋଟି ଟଙ୍କାର ଆୟ କରିଥିଲା । ଏହା ରିଲିଜ୍ ଡେ' ତୁଳନାରେ ୪୪୨.୮୬ ପ୍ରତିଶତ ଲାଭ କରିଛି । ୱାର୍ଡ ଅଫ୍ ମାଉଥ୍ ଯୋଗୁଁ ଫିଲ୍ମଟି ଏତେ ଲାଭ ପାଇଲା ଯେ ଏହାର ପ୍ରଥମ ସପ୍ତାହରେ ୧୫.୮୫ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଅନ୍ୟପଟେ ସିନେମାର ୱାର୍ଲ୍ଡୱାଇଡ୍ କଲେକ୍ସନ ୨୯.୦୯ କୋଟି ଟଙ୍କାରେ ପହଞ୍ଚିଛି ।
/filters:format(webp)/kanak/media/media_files/2025/07/28/mahavatar-narsimha-2025-07-28-16-50-54.jpg)
ୱାର୍ଲ୍ଡୱାଇଡ୍ ଆୟକୁ ଦେଖିଲେ ଏହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୨୭.୨୫ ପ୍ରତିଶତ ଲାଭ ହୋଇଛି । ଫିଲ୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ଏହା ୮୦୦ ସ୍କ୍ରିନରେ ରିଲିଜ୍ ହୋଇଥିଲା । କିନ୍ତୁ ଚାହିଦାକୁ ଦେଖି ଶନିବାର ଦିନ ଏହାର ଶୋ' ବଢ଼ି ୧୧୦୦ ହୋଇଗଲା ଏବଂ ରବିବାର ସୁଦ୍ଧା ଏହାକୁ ୨୦୦୦ ସ୍କ୍ରିନ୍ ମିଳିଗଲା। ଖାସ୍ କଥା ହେଉଛି 'ମହାବତାର ନରସିହ୍ମା’ ଭାରତର ପ୍ରଥମ ସୁପରହିଟ୍ ଆନିମେସନ୍ ଫିଲ୍ମ ହେବାକୁ ଯାଉଛି ।