କନକ ବ୍ୟୁରୋ : ବଲିଉଡର ନୱାବ କୁହାଯାଉଥିବା ଅଭିନେତା ସୈଫ୍ ଅଲ୍ଲି ଖାନଙ୍କୁ ଚଳିତ ବର୍ଷ ଆରମ୍ଭରୁ ହିଁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା । ଘରେ ପଶି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ସୈଫଙ୍କୁ ଆହତ କରିଥିଲା । ବର୍ତ୍ତମାନ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଜଣାଶୁଣା ଅଭିନେତା ରୋନିତ୍ ରୟ ପ୍ରକାଶ କରିଛନ୍ତି ଯେ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣ ପରେ କରୀନା କପୁରଙ୍କୁ ସାମାନ୍ୟ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଭୟଭୀତ ହୋଇଯାଇଥିଲେ ।

Advertisment
after-knife-attack-saif-ali-khan
after-knife-attack-saif-ali-khan Photograph: (Google)

ସୈଫ ଅଲ୍ଲି ଖାନଙ୍କ ଘରେ ହୋଇଥିବା ଆକ୍ରମଣ ପରେ ପଟୌଦି ପରିବାର ନିଜର ସୁରକ୍ଷା ଏଜେନ୍ସି ବଦଳାଇ ଦେଇଥିଲେ । ଏହି ଆକ୍ରମଣ ପରେ ସେମାନେ ରୋନିତ ରୟଙ୍କ ସୁରକ୍ଷା ଏଜେନ୍ସିକୁ ସବୁକିଛି ସମ୍ଭାଳିବା ପାଇଁ ନିଯୁକ୍ତ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ରୋନିତ, ସୈଫଙ୍କୁ ଛୁରୀ ମାରିବା ଘଟଣା ପରର ଏକ ଚକିତ କଲା ଭଳି ଘଟଣା ବିଷୟରେ କହିଥିଲେ । ରୋନିତ୍ କହିଛନ୍ତି ଯେ ସୈଫଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ପରେ ଯେତେବେଳେ ସେ ଘରକୁ ଫେରୁଥିଲେ, ସେତେବେଳେ ମିଡିଆ ଏବଂ ଭିଡ଼ ବହୁତ ଅଧିକ ଥିଲା । ଏହି ସମୟରେ କରୀନା ମଧ୍ୟ ଡାକ୍ତରଖାନାରୁ ବାହାରି ଘରକୁ ଯାଉଥିଲେ ସେତେବେଳେ ତାଙ୍କ କାର୍ ଉପରେ ଆକ୍ରମଣ ହୋଇଥିଲା ।

saifrina
saifrina Photograph: (google)

ରୋନିତ୍ କହିଥିଲେ, 'କରୀନା କପୁରଙ୍କ ଗାଡ଼ିକୁ ଧକ୍କା ଦିଆଯାଇଥିଲା ଏବଂ କିଛି ଲୋକ ତାଙ୍କ ପାଖକୁ ମଧ୍ୟ ଚାଲି ଆସିଥିଲେ । ଏହି ଘଟଣାରେ ସେ ଭୟଭୀତ ହୋଇଯାଇଥିଲେ ଏବଂ ମୋତେ ସୈଫଙ୍କୁ ଘରକୁ ଆଣିବାକୁ କହିଥିଲେ । ମୁଁ ସେଫଙ୍କୁ ସୁରକ୍ଷିତରେ ତାଙ୍କ ଘରେ ପହଞ୍ଚାଇଦେଲି ଏବଂ ସଙ୍ଗେ ସଙ୍ଗେ ତାଙ୍କ ସୁରକ୍ଷା ଏଜେନ୍ସିକୁ ମଧ୍ୟ ଚେଞ୍ଜ୍ କରାଯାଇଥିଲା ।’ ତେବେ ସୂଚନା ଅନୁସାରେ ରୋନିତ୍ ରୟଙ୍କ ସୁରକ୍ଷା ଏଜେନ୍ସିକୁ ଏହି ମାମଲା ପରେ ସୈଫଙ୍କ ଘରର ଦାୟିତ୍ୱ ଦିଆଗଲା । ରୋନିତ୍ କହିଥିଲେ ଯେ ଯେତେବେଳେ ସେ ସୈଫଙ୍କ ଘରର ଯାଞ୍ଚ କଲେ ସେତେବେଳେ ସୁରକ୍ଷାରେ ଅନେକ ଅଭାବ ଦେଖିବାକୁ ପାଇଲେ । ଅନେକ ଜରୁରୀ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ, ଯାହାକୁ ପରେ କାର୍ଯ୍ୟକାରୀ କରାଗଲା ।