କନକ ବ୍ୟୁରୋ: ସରିଲା ଅପେକ୍ଷା ଆଉ ରିଲିଜ ହେଲା ବହୁ ପ୍ରତିକ୍ଷିତ ସିନେମା ‘କାନ୍ତାରା ଚାପ୍ଟର ୱାନ୍’ ଫିଲ୍ମର ପ୍ରଥମ ଟ୍ରେଲର । ରୋମାଞ୍ଚ ପୂର୍ଣ୍ଣ ଏହି ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଯେଉଁଠି କାନ୍ତାରା ସରିଥିଲା ସେଠାରୁ ହିଁ କାନ୍ତାରା ଚାପ୍ଟର ୱାନରର ଟ୍ରେଲର ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ଟ୍ରେଲରକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ସିନେମାର କାହାଣୀକୁ ସସପେନ୍ସ ରଖିବା ସହ ଦର୍ଶକଙ୍କ ଉତ୍କଣ୍ଠାକୁ ବଢାଇଦେଇଛି । ସିନେମାରେ ଅଭିନୟ କରିବା ସହ ଏହା ନିର୍ଦ୍ଦେଶନା ଦେଇଛନ୍ତି ଋଷଭ ସେଟ୍ଟୀ । ଋଷଭ ସେଟ୍ଟୀଙ୍କ ଦମଦାର ଅଭିନୟ ପୁଣି ଥରେ ଦର୍ଶକଙ୍କ ଧ୍ୟାନକୁ ଆକର୍ଷଣ କରିଛି ।
ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିଜୟ କିରାଗନ୍ଦୁର । ଅକ୍ଟୋବର ୨ରେ ଏକା ସହ କନ୍ନଡ, ହିନ୍ଦୀ,ତେଲେଗୁ, ମାଲାୟଲମ, ତାମିଲ, ବଙ୍ଗଳା ଓ ଇଂରାଜୀ ଭାଷାରେ ରିଲିଜ ବେ । ୨୦୨୨ରେ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିବା କାନ୍ତାରାର ଏହା ସିକ୍ବେଲ । ପ୍ରଥମଭାଗଠୁ ଦ୍ବିତୀୟ ଭାଗକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପ୍ରକାର ମାଲ୍ ମସଲାକୁ ସିନେମାରେ ରଖାଯାଇଥିବା ଟ୍ରେଲର ଝଲକରେ ଦେଖିବାକୁ ମିଳିଛି ।