୨୦୨୪ ରେ ଅଭିନେତା ଅଜୟ ଦେବଗନ , ଆର୍.ମାଧବନ ଏବଂ ଜ୍ୟୋତିକା ଷ୍ଟାରର ସିନେମା ‘ସୈତାନ’ ରିଲିଜ୍ ହୋଇଥିଲା । ଯାହାକୁ ଅଜୟଙ୍କ କମ୍ପାନି ଦେବଗନ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡ଼ିଓ ମିଶି ପ୍ରସ୍ତୁତ କରିଥିଲେ । ଏବେ ପୁଣିଥରେ ଏହି ଦୁଇ ପ୍ରଡ଼କ୍ସନ ହାଉସ୍ ଏକ ସଙ୍ଗେ ଆସୁଛନ୍ତି । Horror Thriller ସିନେମା ସୈତାନକୁ ଲୋକ ଅଧିକ ପସନ୍ଦ କରିଥିବା ବେଳେ ଏବେ ପୁଣିଥରେ ମାଇଥୋଲଜିକାଲ୍ ହରର୍ ସିନେମା ନେଇ ଆସୁଛନ୍ତି ଏହି ଦୁଇ ପ୍ରଡ଼କ୍ସନ୍ ହାଉସ୍ । ଏହି ସିନେମାର ନାଁ ରହିଛି ‘ମା’ । ଯାହାର ଟ୍ରେଲର୍ ମଧ୍ୟ ଲଞ୍ଚ୍ ହୋଇସାରିଛି । ସୈତାନରେ ଅଜୟ ଦେବଗନ ଲିଡ୍ ରୋଲରେ ନଜର ଆସିଥିଲେ । ମା’ ସିନେମାରେ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ କାଜୋଲ ଲିଡ୍ ରୋଲରେ ନଜର ଆସିବେ । ୟୁଟ୍ୟୁବରେ ପୋଷ୍ଟ୍ କରାଯାଇଥିବା ୨ ମିନିଟ୍ ୨୪ ସେକେଣ୍ଡର ଏହି ଟ୍ରେଲରକୁ ସିନେପ୍ରେମୀ ଖୁବ ପସନ୍ଦ କରୁଛନ୍ତି । ତେବେ କାଜୋଲଙ୍କ ଏହି ସିନେମା ଜୁନ ୨୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ବିଶାଲ ଫୁରିୟା ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ କାଜୋଲଙ୍କ ସହ ରୋନିତ ରୟ ମଧ୍ୟ ସିନେମାରେ ନଜର ଆସିବେ ।