କନକ ବ୍ୟୁରୋ: ରୋଷେଇ ପ୍ରତି ନିଜର ଆଗ୍ରହକୁ ଫୋକସ୍ କରି ପଞ୍ଜାବର ଜଣେ ଯୁବତୀ ‘ହୀର ଏକ୍ସପ୍ରେସ’ରେ ବ୍ରିଟେନ୍ ଅଭିମୁଖେ ଯାତ୍ରା କରନ୍ତି । ଆଉ ତାଙ୍କ ସଂଘର୍ଷ ଓ ସ୍ୱପ୍ନକୁ ନେଇ ନିର୍ମିତ ହୋଇଛି ପରିବାରିକ ହିନ୍ଦୀ ଚଳଚ୍ଚିତ୍ର ‘ହୀର୍ ଏକ୍ସପ୍ରେସ୍’ । ଏହି କାହାଣୀ ହୀର୍ ୱାଲିଆ ନାମକ ନାୟିକାଙ୍କୁ ନେଇ ପ୍ରସ୍ତୁତ ହୋଇଛି । ଯିଏ କି ନୂଆ ଦେଶରେ ବ୍ୟକ୍ତିଗତ ଓ ନିଜ ସାଂସ୍କୃତିକ ସମସ୍ୟାର ସଫଳ ମୁକାବିଲା କରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି ।
‘ହୀର୍ ଏକ୍ସପ୍ରେସ୍’ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଛନ୍ତି ଦିଭିତା ଜୁନେଜା । ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି, ପ୍ରିତ୍ କମାନି, ଗୁଲସନ୍ ଗ୍ରୋଭର, ଆଶୁତୋଷ ରାଣା, ସଂଜୟ ମିଶ୍ର, ଓ ମେଘନା ମଲିକ୍ । ଏହି ଚଳଚ୍ଚିତ୍ରକୁ ଉମେଶ ଶୁକ୍ଲା, ଅଶିଷ ୱାଘ, ମୋହିତ ଛାବ୍ରା ଓ ସଂଜୟ ଗ୍ରୋଭର ପ୍ରଯୋଜନା କରିଥିବାବେଳେ ସମ୍ପଦା ୱାଘ ସହ ପ୍ରଯୋଜକ ରହିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଲା । ଫିଲ୍ମର କାହାଣୀ ମା’ଙ୍କର ଦେହାନ୍ତ ପରେ ହୀର୍ ୟୁକେକୁ ଚାଲିଯିବା ଓ ସେଠି ନିଜକୁ ଖୋଜିବା, ପରିସ୍ଥିତି ସହିତ ଖାପଖୁଆଇବା, ଆଶା ଓ ସଂଘର୍ଷର କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ । ୧୪୨ ମିନିଟର ଏହି ଫିଲ୍ମ Tulip Entertainment ଓ Divisa Entertainment ସହଯୋଗରେ Merry Go Round Studios ଓ Creative Strokes Group ଦ୍ୱାରା ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ୧୨ରୁ ଦେଶ ବିଦେଶର ଅନେକ ସିନେମା ଘରେ ‘ହୀର୍ ଏକ୍ସପ୍ରେସ୍’ ରିଲିଜ୍ ହୋଇଛି ।