କନକ ବ୍ୟୁରୋ : ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଫ୍ୟାନ୍ସ ପାଇଁ ଦୁଃଖ ଖବର । କାନାଡାରେ ଥିବା କପିଲ ଶର୍ମାଙ୍କ କାଫେ ଉପରେ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତ ଗାଡ଼ିରେ ଆସି ଗୁଳିମାଡ଼ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ କୌଣସି ବି ଲୋକ ଆହତ ହୋଇନାହାନ୍ତି ।

Advertisment

୨ ବର୍ଷର ପରିଶ୍ରମ ପରେ କମେଡିଆନ୍‌ କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନି ଚତରଥ ମିଶି କାନାଡାରେ ଏକ କାଫେ ଖୋଲିଥିଲେ । ଯାହାର ନାମ ‘କୈପ୍ସ କାଫେ’ ରଖିଥିଲେ । ଏନେଇ ଦୁହେଁ ବେଶ ଖୁସି ବି ଥିଲେ । ରେଷ୍ଟୁରାଣ୍ଟରେ ଭଲ ଭିଡ଼ ବି ଜମୁଥିଲା ।

ତେବେ ଏହି ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କୀ ହରଜୀତ ସିଂ ଲଡ୍ଡୀଙ୍କ ହାତ ରହିଛି । ଲଡ୍ଡି ଭାରତୀୟ ତଦନ୍ତ ସଂସ୍ଥା ଏନ୍‌ଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି । ମିଳିଥିବା ସୂତ୍ର ଅନୁଯାୟୀ ଲଡ୍ଡି କପିଲଙ୍କ ପୁରୁଣା ବୟାନକୁ ନେଇ ଏହି କାଣ୍ତ ଘଟାଇଛନ୍ତି । ସେ ଖୋଦ୍‌ ଏହି ଆକ୍ରମଣ ପଛରେ ଥିବା ସ୍ୱୀକାର କରିଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଫରେନ୍ସିକ ଟିମ୍‌ ଉପସ୍ଥିତ ରହିଛନ୍ତି ।