RAMAYANA Photograph: (KANAKNEWS)
କନକ ବ୍ୟୁରୋ : ସିନେମା ‘ରାମାୟଣ’ର ଫାଷ୍ଟ୍ ଲୁକ୍ ଯେଉଁ ଦିନଠୁ ଲଞ୍ଚ୍ ହେଲାଣି ସେବେଠାରୁ ସିନେପ୍ରେମୀ ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ବଡ଼ ପରଦାରେ ଫିଲ୍ମକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ନିତେଶ ତିୱାରୀ ନିର୍ଦ୍ଦେଶନା ଏବଂ ନମିତ୍ ମଲହୋତ୍ରା – ୟଶ୍ ପ୍ରଯୋଜନାରେ ନିର୍ମିତ ସିନେମାର ନୂଆ ଅପଡେଟ୍ ଏବେ ସାମ୍ନାକୁ ଆସିଛି । ଏଥିରୁ ଜଣାପଡ଼ିଛି ଯେ ‘ରାମାୟଣ’ ଚଳଚ୍ଚିତ୍ର ମୋଟ ୧୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଯେଉଁଠି ରାମାୟଣ ପାର୍ଟ ୧ ର ମୋଟ ବଜେଟ୍ ୯୦୦ କୋଟି ଟଙ୍କା ଥିଲା , ଏହାର ଦ୍ବିତୀୟ ଭାଗଟିର ବଜେଟ୍ ୭୦୦ କୋଟି ଟଙ୍କା ରଖାଯିବ ବୋଲି ଖବର ମିଳୁଛି ।
୪୦୦୦ କୋଟି ଟଙ୍କାର ବଜେଟ୍
ସୂତ୍ରରୁ ଜଣାପଡ଼ିଛି ଯେ ଏହି ଫିଲ୍ମଟି ଅନ୍ୟ ଭାରତୀୟ ସିନେମା ତୁଳନାରେ ସର୍ବାଧିକ ବଜେଟରେ ନିର୍ମିତ ହେଉଛି । ଯାହା ପ୍ରାୟ ୫୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ୪୦୦୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି । ସୂତ୍ରରୁ ଆହୁରି ମଧ୍ୟ କୁହାଯାଇଛି ଏହି ଫିଲ୍ମଟିକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ କରାଯାଉଛି ଏବଂ ଯେପର୍ଯ୍ୟନ୍ତ ସିନେମାର ଦୁଇଟି ଭାଗ ନିର୍ମାଣ ହେବ ସେତେବେଳ ପର୍ଯ୍ୟନ୍ତ ଏହାର ବଜେଟ୍ ୪୦୦୦ କୋଟି ଟଙ୍କାରୁ ଅଧିକ ହୋଇଯିବ । ଏଥିରେ ବିଶ୍ୱସ୍ତରୀୟ ଭିଏଫଏକ୍ସ ଏବଂ ସ୍ୱତନ୍ତ୍ର ଇଫେକ୍ଟସ ଲଗାଇବା ପାଇଁ ନିର୍ମାତାମାନେ ଯୋଜନା କରୁଛନ୍ତି ।
ଏଆଇର ହେବ ବ୍ୟବହାର
ସୂଚନା ଅନୁସାରେ, ରାମାୟଣକୁ ଏଆଇ-ଡବ୍ ଟେକ୍ନୋଲୋଜି ସହିତ ମଧ୍ୟ ଯୋଡ଼ାଯିବ, ଯାହାଦ୍ୱାରା ଦର୍ଶକ ଏହାକୁ ଯେକୌଣସି ସ୍ଥାନୀୟ ଭାଷାରେ ଦେଖିପାରିବେ । ଏହା ଭାରତୀୟ ସିନେମାର ପ୍ରଥମ ଫିଲ୍ମ ହେବ, ଯେଉଁଥିରେ ଏଆଇ ଟେକ୍ନୋଲୋଜି ସାମିଲ କରାଯିବ । ସୂଚନାନୁଯାୟୀ 'ରାମାୟଣ' କୁ ୮ ଥର ଅସ୍କାର ଜିତିଥିବା VFX ଷ୍ଟୁଡିଓ DNEG, ଏବଂ ୟଶଙ୍କ Monster Mind Creations ମିଶି ପ୍ରଯୋଜନା କରୁଛନ୍ତି । ରାମାୟଣର ପ୍ରଥମ ଭାଗ ଚଳିତବର୍ଷ ରିଲିଜ୍ କରାଯିବାକୁ ପ୍ଲାନ୍ କରାଯାଇଥିବା ବେଳେ ଏହାର ଦ୍ବିତୀୟ ଭାଗ ୨୦୨୭ ରେ ରିଲିଜ୍ କରାଯିବ ।ଏହି କଳାକାରମାନେ ଫିଲ୍ମରେ ନଜର ଆସିବେ । ଫିଲ୍ମ 'ରାମାୟଣ'ରେ ରଣବୀର କପୁର ଏବଂ ସାଇ ପଲ୍ଲବୀ ରାମ ଏବଂ ସୀତାଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପଟେ ଯଶ ରାବଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଏବଂ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ ।
  
 Follow Us