କନକ ବ୍ୟୁରୋ: ହିନ୍ଦୀ ସିନେ ଜଗତର ‘ସିମର୍’ ତଥା ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିଜ ଜୀବନ୍ତ ଅଭିନୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଥିବା ବେଳେ ବର୍ତ୍ତମାନ ସେ ଜୀବନର ଏକ କଠିନ ସମୟ ଦେଇ ଗତି କରୁଛନ୍ତି । ଏହି ଅଭିନେତ୍ରୀ କିଛି ଦିନ ତଳେ ଜାଣିବାକୁ ପାଇଲେ ଯେ ତାଙ୍କୁ ଷ୍ଟେଜ୍ ୨ ଲିଭର୍ କ୍ୟାନ୍ସର ହୋଇଛି । ଦୀପିକା ସ୍ବାମୀ ଶୋଏବ ଇବ୍ରାହିମଙ୍କୁ ଏନେଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସୂଚନା ଦେଇଥିଲେ । ସ୍ବାମୀ ଶୋଏବ ଭାବପ୍ରବଣ ହେଲେ ସତ କିନ୍ତୁ ପତ୍ନୀଙ୍କ ସାହସ ବଢ଼ାଇବା ପାଇଁ ଧୈର୍ଯ୍ୟହରା ନହେବାକୁ ପରାମର୍ଶ ଦେଲେ । ଏହି ସମୟରେ ଦୀପିକାଙ୍କ ସର୍ଜରିକୁ ନେଇ ଶୋଏବ ଏକ ବଡ଼ ଅପଡେଟ୍ ଦେଇଛନ୍ତି ।
/kanak/media/media_files/2025/06/03/5G6oSgk4if4IbmPA3WfP.jpg)
ଗତକାଲି ଶୋଏବ ଇନଷ୍ଟାଗ୍ରାମ ଷ୍ଟୋରିରେ ସୂଚନା ଦେଇ କହିଥିଲେ ଯେ ଦୀପିକାଙ୍କ ସର୍ଜରି ଆସନ୍ତାକାଲି ହେବ ଅର୍ଥାତ ଜୁନ୍ ୩ ତାରିଖରେ ଦୀପିକାଙ୍କ ସର୍ଜରି ହେବ । ତେଣୁ ସେ ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ । କିଛି ସମୟ ପୂର୍ବରୁ ଶୋଏବ କହିଥିଲେ ଯେ ଦୀପିକାଙ୍କ ଲିଭରରେ ଟ୍ୟୁମର୍ ଅଛି ଯାହା ପରେ ଦ୍ବିତୀୟ ଷ୍ଟେଜରେ କର୍କଟ ହୋଇଛି ବୋଲି ଜଣାପଡ଼ିଥିଲା । ଯାହାର ଶୀଘ୍ର ସର୍ଜରି ହେବା ନିତାନ୍ତ ଆବଶ୍ୟକ । ଯଦିଓ କିଛି ଦିନ ତଳେ ସର୍ଜରି ପାଇଁ ସିଡ୍ୟୁଲ ମଧ୍ୟ ହୋଇଥିଲା କିନ୍ତୁ ଫ୍ଲୁ ହେବା କାରଣରୁ ତାହାକୁ ଘୁଞ୍ଚାଇବାକୁ ପଡିଥିଲା । ତେବେ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଆରୋଗ୍ୟ କାମନା କରି କମେଣ୍ଟ୍ କରିଛନ୍ତି ।