କନକ ବ୍ୟୁରୋ: ଭାରତରେ ବ୍ୟାନ୍ ପରେ ବି ପାକିସ୍ତାନରେ ରିଲିଜ୍ ହେବ ‘ସରଦାରଜୀ-୩’ ଫିଲ୍ମ । ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର୍-କମେଡି 'ସରଦାରଜୀ ୩'ର ଟ୍ରେଲର ରବିବାର ରିଲିଜ୍ ହୋଇଥିଲା । ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି । ଏହାକୁ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି । ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହାରି ଭିତରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ ରାଗି ଯାଇଛନ୍ତି । ଏହା ସହ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି ।

Advertisment

ଏହି ଫିଲ୍ମ ଭାରତରେ ମୁକ୍ତିଲାଭ କରୁନଥିବା ବେଳେ ପାକିସ୍ତାନରେ ଏହାର ମୁକ୍ତିଲାଭକୁ ଅନୁମତି ମିଳିଛି । ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଚଳଚ୍ଚିତ୍ରରେ ଅଭିନୟକୁ ନେଇ ବିବାଦ ଉପୁଜିବା ପରେ ଏହି ଚଳଚ୍ଚିତ୍ର ଭାରତରେ ମୁକ୍ତିଲାଭ କରିପାରିଲା ନାହିଁ ।  ହେଲେ ପାକିସ୍ତାନୀ ସେନ୍ସର ବୋର୍ଡ ଏହି ଫିଲ୍ମକୁ ମୁକ୍ତିଲାଭ ପାଇଁ ଅନୁମତି ଦେଇଛି । କରାଚିର ସବୁଠାରୁ ବଡ଼ ପ୍ରଦର୍ଶକ ନଦୀମ ମାଣ୍ଡଭିୱାଲା ଶୁକ୍ରବାର ଚଳଚ୍ଚିତ୍ର ମୁକ୍ତିଲାଭକୁ ନିଶ୍ଚିତ କରିଛନ୍ତି ।