ବକ୍ସ ଅଫିସରେ ବଡ଼ ଲଢ଼େଇ, ସୁପରଷ୍ଟାର୍‌ ବନାମ ସୁପରଷ୍ଟାର୍‌...

Advertisment

ଏହି ଫିଲ୍ମକୁ ଟକ୍କର ଦେବା ପାଇଁ ରିଲିଜ୍ ହୋଇଛି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ କୁଲି । ଫିଲ୍ମରେ ରଜନୀକାନ୍ତଙ୍କ ସମେତ ନାଗାର୍ଜୁନ, ସଥ୍ୟରାଜଙ୍କ ସମେତ ଆମିର ଖାନ୍ ମଧ୍ୟ ନଜର ଆସିଛନ୍ତି ।

ଏହି ଫିଲ୍ମକୁ ଟକ୍କର ଦେବା ପାଇଁ ରିଲିଜ୍ ହୋଇଛି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ କୁଲି । ଫିଲ୍ମରେ ରଜନୀକାନ୍ତଙ୍କ ସମେତ ନାଗାର୍ଜୁନ, ସଥ୍ୟରାଜଙ୍କ ସମେତ ଆମିର ଖାନ୍ ମଧ୍ୟ ନଜର ଆସିଛନ୍ତି ।

46

କନକ ବ୍ୟୁରୋ : ବକ୍ସ ଅଫିସର୍‌ରେ ବଡ଼ ଲଢ଼େଇ। ପରଦାକୁ ଆସିଲା ବହୁଚର୍ଚ୍ଚିତ ଫିଲ୍ମ ୱାର୍‌-୨ । ୟଶରାଜ ଫିଲ୍ମସ ପ୍ରଯୋଜନାରେ ଫିଲ୍ମରେ ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ୍‌ । ହ୍ରିତିକ ରୋଶନ୍ ଓ ସାଉଥ୍‌ ସୁପରଷ୍ଟାର ଜୁନିଅର ଏନ୍‌ଟିଆରଙ୍କ ଲଢ଼େଇ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମରେ ହ୍ରିତିକଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆୟନ ମୁଖାର୍ଜୀ । ଏହି ଫିଲ୍ମକୁ ଟକ୍କର ଦେବା ପାଇଁ ରିଲିଜ୍ ହୋଇଛି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ କୁଲି । ଫିଲ୍ମରେ ରଜନୀକାନ୍ତଙ୍କ ସମେତ ନାଗାର୍ଜୁନ, ସଥ୍ୟରାଜଙ୍କ ସମେତ ଆମିର ଖାନ୍ ମଧ୍ୟ ନଜର ଆସିଛନ୍ତି ।

ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ନୂଆ ଚଳଚ୍ଚିତ୍ର ‘କୁଲି’ ଦର୍ଶକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି । ମୁକ୍ତିଲାଭର ପ୍ରଥମ ଦିନରେ ଥିଏଟରଗୁଡ଼ିକ ଦର୍ଶକଙ୍କ ଭିଡ଼ରେ ଦେଖିବାକୁ ମିଳିଥିଲା । ରଜନୀକାନ୍ତଙ୍କ ଚିରାଚରିତ ଶୈଳୀ ଓ ଲୋକେଶ କନଗରାଜଙ୍କ ନିର୍ଦ୍ଦେଶନା ଏହି ଚଳଚ୍ଚିତ୍ରକୁ ଏକ ବଡ଼ ହିଟ୍ କରିବ ବୋଲି ଆଶା କରିଛି । ପ୍ରେକ୍ଷାଳୟ ବାହାରେ ରଜନୀଙ୍କ ପ୍ରଶଂସକମାନେ ବାଜା, ନାଚ ଓ ଫୁଲମାଳ ସହ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲେ । ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ଦମ୍‌ଦାର ଅଭିନୟ ଓ ଶକ୍ତିଶାଳୀ ସଂଳାପ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ।

ବକ୍ସ ଅଫିସ୍‌ରେ ବଡ଼ ଲଢ଼େଇ

କନିଲ୍କର ତଥ୍ୟ ଅନୁଯାୟୀ, ରଜନୀକାନ୍ତଙ୍କ କୁଲି ଦିନ ୧୨ଟା ପର୍ଯ୍ୟନ୍ତ ୧୪ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି
ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନ୍‌ଟିଆରଙ୍କ ୱାର୍-୨ ୧୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି

ୱାର୍‌- ୨ କେବଳ ଆକ୍ସନ୍‌ ମୁଭି
ଜୁନିଅର ଏନ୍‌ଟିଆର ‘ୱାର ୨’ ସହିତ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି

ବଡ଼ ପରଦାରେ ଜୁନିଅର ଏନ୍‌ଟିଆରଙ୍କ ଏଣ୍ଟ୍ରି ଦୃଶ୍ୟ ପ୍ରଶଂସକମାନଙ୍କୁ କରତାଳି ମାରିବାକୁ ବାଧ୍ୟ କରିଛି ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ଶ୍ରୁତି ହାସନଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ପ୍ରାରମ୍ଭିକ ସମୀକ୍ଷାରେ ଶ୍ରୁତି ହାସନଙ୍କୁ ‘କୁଲି’ରେ ମୁଖ୍ୟ ଆକର୍ଷଣ ଭାବରେ ବର୍ଣ୍ଣନା କରାଯାଇଛି । ‘ୱାର ୨’ ନିଶ୍ଚିତ ଭାବରେ ଆଗୁଆ ବୁକିଂରେ କୁଲି ଅପେକ୍ଷା ପଛରେ ପଡ଼ିଯାଇଛି, ତଥାପି ସୂଚନା ଅନୁଯାୟୀ, ସାରା ଦେଶରେ ସମସ୍ତ ଫର୍ମାଟ୍‌ରେ ‘ୱାର୍‌ ୨’ର ମୋଟ ୭ ଲକ୍ଷ ୫୨ ହଜାର ୬୯୪ ଟି ଟିକେଟ୍ ପ୍ରି-ସେଲ୍ ହୋଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe