କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ପୂର୍ବତନ ପତ୍ନୀ ବା କୋରିଓଗ୍ରାଫର ଧନଶ୍ରୀ ବର୍ମା ଚହଲଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ଅଶନୀର ଗ୍ରୋଭରଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ରିଆଲିଟି ସୋ'ରାଇଜ୍ ଆଣ୍ଡ ଫଲ୍'ରେ ଧନଶ୍ରୀ ଦେଇଥିବା ବୟାନ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚା ବଢ଼ାଇଛି ।

Advertisment

ସୋ’ରେ ଧନଶ୍ରୀ ଏବଂ ଚହଲଙ୍କ ବ୍ରେକଅପ୍ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି ଯେ ବିବାହର ମାତ୍ର ଦୁଇ ମାସ ଭିତରେ ଚହଲ ତାଙ୍କୁ ଧୋକା ଦେଉଥିବାର ସେ ଜାଣିବାକୁ ପାଇଥିଲେ । ମୋ ସହ ଚିଟଂ କରୁଥିବା ଜାଣି କେମିତି ଚୁପ୍ ବସିଥାନ୍ତି ବୋଲି ଧନଶ୍ରୀ ପ୍ରଶ୍ନ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ଧନଶ୍ରୀ ୟୁଜଭେନ୍ଦ୍ରଙ୍କ ଉପରେ ଖୋଲାଖୋଲି ଭାବରେ ସଙ୍ଗିନ୍ ଅରୋପ ଲଗାଇଛନ୍ତି ।

ଖାଲି ଏତିକି ନୁହେଁ ସେ କରିଥିବା ଭରଣପୋଷଣ ଦାବି ପୂରା ମିଥ୍ୟା ବୋଲି ଧନଶ୍ରୀ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ ଚହଲ ଧୋକା ଦେବା ପରେ ମୁଁ ପୂରା ଭାଙ୍ଗିପଡ଼ିଥିଲି ଆଉ ଆମ ଭିତରେ ଏସବୁ ବହୁତ ଶୀଘ୍ର ଘଟିଥିଲା ଯେଉଁଥିପାଇଁ ଛାଡପତ୍ର ପାରସ୍ପରିକ ସହମତିରେ ହୋଇଥିଲା । ଆଉ ଲୋକମାନେ ମୋ ଭରଣପୋଷଣ ବିଷୟରେ ଯେଉଁ ଚର୍ଚ୍ଚା କରୁଛନ୍ତି ସେମାନେ ସମ୍ପୂର୍ଣ୍ଣ ଭୁଲ । ମୁଁ ନିରବ ରହିବାର ଅର୍ଥ ନୁହେଁ ଯେ ଆପଣ ମୋତେ ନେଇ ମନଇଚ୍ଛା କହିପାରିବେ ।

ଧନଶ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବାପା-ମା’ ତାଙ୍କୁ କେବଳ ତାଙ୍କ ନିକଟତର ଲୋକଙ୍କୁ ଉତ୍ତର ଦେବାକୁ ଶିଖାଇଛନ୍ତି । "ଯେଉଁମାନଙ୍କୁ ଆପଣ ଜାଣି ନାହାନ୍ତି ସେମାନଙ୍କ ପାଇଁ କାହିଁକି ସମୟ ନଷ୍ଟ କରିବେ?" ଆପଣଙ୍କୁ କହି ରଖୁଛୁ ଯେ କୋଭିଡ୍ ସମୟରେ ସେମାନେ ପ୍ରଥମେ ଅନଲାଇନ୍ ଡ୍ୟାନ୍ସ କ୍ଲାସରେ ଦେଖା ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଥିଲା ଆଉ ଧନଶ୍ରୀ ଏବଂ ଚହଲ ୨୦୨୦ ମସିହାରେ ବିବାହ କରିଥିଲେ । ସେମାନେ ପ୍ରାୟ ୪ ବର୍ଷ ଧରି ଏକାଠି ଥିଲେ ଏବଂ ମାର୍ଚ୍ଚ ୨୦୨୫ରେ ସେମାନଙ୍କର ଛାଡପତ୍ର ହୋଇଥିଲା ।