କନକ ବ୍ୟୁରୋ : ଦୀପାବଳୀରେ ଧମାଲ ମଚାଇବ ବଲିଉଡର ଏହି ହରର୍ ଫିଲ୍ମ । ପୁଣି ଦର୍ଶକଙ୍କୁ ଶୁଣିବାକୁ ମିଳିବ ମଞ୍ଜୁଳିକାଙ୍କ ଚିତ୍କାର । ଫିଲ୍ମ ହଲରେ ଡର ସାଙ୍ଗକୁ କମେଡିର ଛୁଙ୍କ ପାଇବେ ଦର୍ଶକ । ନିକଟରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଥିବା ବେଳେ ଭୁଲ ଭୁଲେୟା ୩ ର ଏବେ ଟିଜର୍ ରିଲିଜ ହୋଇଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।
ଫିଲ୍ମର ୧ ମିନିଟ୍ ୪୬ ସେକେଣ୍ତର ଟିଜର୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯେଉଁଥିରେ ବିଦ୍ୟାବାଲନଙ୍କ ମଞ୍ଜୁଳିକା ରୂପ ଦର୍ଶକଙ୍କ ମନକୁ ଛୁଇଁଛି । ପୁଣି ଥରେ ମଞ୍ଜୁଳିକା ରୂପରେ ଧମାଲ କରିବେ ବିଦ୍ୟାବାଲନ । ଭୁଲ ଭୁଲେୟା ୨ ରେ କାର୍ତ୍ତିକ ଆର୍ୟନ ଚମତ୍କାର ଆକ୍ସନ କରିଥିବା ବେଳେ ଫିଲ୍ମର ତୃତୀୟ ପାର୍ଟରେ ବି କାର୍ତ୍ତିକଙ୍କୁ ଦେଖିବାକୁ ମିଳିଛି । ତାଙ୍କ ସହିତ ଏବେର ଚର୍ଚ୍ଚିତ ଅଭିନେତ୍ରୀ ତୃପ୍ତି ଡିମରି ବି ଫିଲ୍ମରେ ଅଭିନୟ କରିଛନ୍ତି ।
Kya Laga Kahaani Khatam Ho Gayi !!
— Kartik Aaryan (@TheAaryanKartik) September 27, 2024
Rooh Baba vs Manjulika..iss Diwali🔥
Teaser Out Now !!
The horror epic adventure begins this Diwali 🔥 #BhoolBhulaiyaa3 🤙🏻👻#YeDiwaliBhoolBhulaiyaaVaalihttps://t.co/UJZZZMnng5@BazmeeAnees@vidya_balan@tripti_dimri23#BhushanKumar… pic.twitter.com/TmgowGVdWX
ଫିଲ୍ମର ଟିଜରରେ ହରର୍ ସାଙ୍ଗକୁ କମେଡି ବି ଦେଖିବାକୁ ମିଳିଛି । ଆକର୍ଷଣର କଥା ହେଉଛି ଟିଜରରେ ଭୁଲ ଭୁଲେୟା ପାର୍ଟ ୧ ର ଫେମସ୍ ଗୀତ 'ଆମି ଜେ ତୋମାର' ମଧ୍ୟ ଶୁଣିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Nmaabryncphk9n36ChQD.jpg)