କନକ ବ୍ୟୁରୋ: ବଡ଼ ପରଦାରେ ଆସନ୍ତା ୧୩ ତାରିଖରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଆଭା’ । ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରାଯାଇଥିବା ବେଳେ ଆଭା ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଆଭା ଚଳଚ୍ଚିତ୍ର। ଏହି କାର୍ଯ୍ୟକ୍ରମରେ ଆଭାର ପ୍ରଯୋଜକ ପ୍ରବୀର ମହାପାତ୍ର ଏହାର ମୁକ୍ତିଲାଭ ତାରିଖ ଘୋଷଣା କରିବା ସହ ଚଳଚ୍ଚିତ୍ରର ମୂଳ ଲକ୍ଷ୍ୟ  ସମାଜକୁ କିଛି ବାର୍ତ୍ତା ଦେବା । ଆମେ ଆମର କାମ କରିଛୁ, ଏବେ ଦର୍ଶକଙ୍କ ଦାୟିତ୍ୱ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଉପଭୋଗ କରି ଭଲ ମନ୍ଦ ମତାମତ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ପ୍ରବୀର ମହାପାତ୍ର, ଅଭିନେତା ବିଶାଲ, ଅଭିନେତ୍ରୀ ମାମାଲି, ସହ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ, ଆଭା ଚଳଚ୍ଚିତ୍ରରେ ଆଭା ଚଳଚ୍ଚିତ୍ରରେ ଅଭିନୟ କରିଥିବା ସୋନା ମଲ୍ଲିକଙ୍କ ସମେତ ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ୍ ଓ ପିଆର୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ । 

ଏହି ଅବସରରେ ସୋନା ଯୋଗ ଦେଇ କହିଥିଲେ କି, ଏହି ଚଳଚ୍ଚିତ୍ର ନିଭାଇବା ମୋ ପାଇଁ ବହୁତ କଷ୍ଟ ଥିଲା । ଏଭଳି ଏକ କାହାଣୀକୁ ଆଣିଥିବାରୁ ମୁଁ ପ୍ରଥମେ ପ୍ରଯୋଜକଙ୍କୁ ଧନ୍ୟବାଦ ଦେବି । ଏହା ମୋ ପାଇଁ ନୂଆ । ଏଥିରେ ବହୁତ ଅଭିଜ୍ଞ ଲୋକ ଅଛନ୍ତି । ସେମାନଙ୍କ ସହ କାମ କରିବା ମୋ ପାଇଁ ସ୍ବପ୍ନ । ଫିଲ୍ମ ଚାଲିବା ନିହାତି ଆବଶ୍ୟକ । ମୋତେ ନେଇ ଏଭଳି ଏକ କାହାଣୀରେ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏହା ନିଶ୍ଚିତ ଭାବେ ଦର୍ଶକଙ୍କ ମନକୁ ଛୁଇଁବ । 

ସେହିଭଳି ଏହି ଅବସରରେ ଆଭାର ପୋଷ୍ଟର ରିଲିଜ ହୋଇଛି ।  ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହା ଆଗାମୀ ଦିନରେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କୁହାଯାଇଛି । ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା । ଆଭା ଚଳଚ୍ଚିଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ୟ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି । ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀ ରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା । 

ଖୁବ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ । ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି । ସଂଳାପ ରଚନା କରିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ୱାଳ, ନିର୍ଦ୍ଦେଶକ ପ୍ରଲବ ରୟ, କାର୍ଯ୍ୟକାରୀ ପ୍ରଯୋଜକ ସତ୍ୟ ପ୍ରକାଶ ସାହୁ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଆଶାବାଦୀ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ । ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ଏବଂ ଡିରେକସନ ପ୍ରଲବ ରୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକେଇବ।