କନକ ବ୍ୟୁରୋ : ୟେ ହସିନ୍ ୱାଦିୟାଁ , ୟେ ଖୁଲା ଆସମାନ୍ …
ତୁହିରେ ତୁହିରେ ତେରେ ବିନା ମେଁ କେସେ ଜିଉଁ …
ଯଦି କେହି ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ମଣିରତ୍ନମଙ୍କ ସିନେମା ‘ରୋଜା’କୁ ଦେଖିଥିବେ ତାହେଲେ ଏହି ସିନେମାର କାହାଣୀ ଆପଣଙ୍କୁ ନିଶ୍ଚୟ ମନେଥିବ । ରୋମାଣ୍ଟିକ-ଥ୍ରୀଲରର ଏହି ସିନେମାର ସଂଗୀତ ଏବେ ବି ଲୋକଙ୍କୁ ଗୁଣୁଗୁଣାଇବାକୁ ବାଧ୍ୟ କରେ । ଏହି ଫିଲ୍ମ ଜରିଆରେ ରାତାରାତି ପପୁଲାର୍ ହୋଇଥିବା ସାଉଥ୍ ଷ୍ଟାର୍ ଅରବିନ୍ଦ ସ୍ବାମୀ ଆଜି ନିଜର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୦ ମସିହା ଜୁନ୍ ୧୮ ତାରିଖରେ ଚେନ୍ନାଇରେ ଜନ୍ମିତ ଅରବିନ୍ଦ ନିଜର ସବୁ ଫିଲ୍ମରେ ଜୀବନ୍ତ ଅଭିନୟ କରି ସିନେପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ‘ରୋଜା’ ପରେ ‘ବମ୍ବେ’ ଭଳି ସୁପରହିଟ୍ ସିନେମାରେ ଅଭିନୟ କରି ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶଂସା ସାଉଁଟୁଛନ୍ତି ।
/filters:format(webp)/kanak/media/media_files/2025/06/18/arvind-2025-06-18-19-12-18.jpg)
ଦକ୍ଷିଣ ଭାରତର ଏହି ଅଭିନେତା ୧୯୯୧ ମସିହାରେ ‘ଥଲପତି’ ସିନେମାରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ମଣିରତ୍ନମଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ ସେ ଅର୍ଜୁନ ଚରିତ୍ରରେ ନଜର ଆସିଥିଲେ । ଏହାପରେ ତାଙ୍କର ଦ୍ବିତୀୟ ସିନେମା ଥିଲା ରୋଜା ଯାହା ୧୯୯୨ରେ ରିଲିଜ୍ ହୋଇଥିଲା । ଏହି ସିନେମା ସେତେବେଳେ ସୁପର୍-ଡୁପର୍ ହିଟ୍ ହୋଇଥିଲା ଏବଂ ଅରବିନ୍ଦ ରାତାରାତି ଷ୍ଟାରରୁ ସୁପରଷ୍ଟାର୍ ପାଲଟି ଯାଇଥିଲେ । ଏହା ପରେ ପରେ ୧୯୯୫ ରେ ଆସିଥିବା ଅରବିନ୍ଦଙ୍କ ଅଭିନିତ ସିନେମା ‘ବମ୍ବେ’ର ସଙ୍ଗୀତ ଯେମିତି ଘରେ ଘରେ ବାଜିଲା । ତାଙ୍କୁ ୯୦ ଦଶକର ଚକଲେଟ୍ ହିରୋ ବୋଲି ସେତେବେଳେ ଦର୍ଶକ କହୁଥିଲେ । ପ୍ରେମିକ ପ୍ରେମ ନିବେଦନ କରିବା ପାଇଁ ଅରବିନ୍ଦଙ୍କ ତୁହିରେ .. ଗୀତକୁ ବାଛୁଥିଲେ ।
/filters:format(webp)/kanak/media/media_files/2025/06/18/arvind-swamy-2025-06-18-19-14-36.jpg)
ତେବେ ଜାତୀୟ ଗଣମାଧ୍ୟମ ଅନୁସାରେ ଅଭିନୟରେ ପ୍ରବେଶ କରିବା ପୂର୍ବରୁ ଅରବିନ୍ଦ ଡାକ୍ତର ହେବାକୁ ସ୍ବପ୍ନ ରଖିଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ଅଭିନୟ ଜଗତରେ ପ୍ରବେଶ କରାଇଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩୦ ରୁ ଅଧିକ ସିନେମାରେ କାମ କରିସାରିଛନ୍ତି ଏବଂ ବଲିଉଡରେ ମଧ୍ୟ ଅଭିନୟର ଜାଦୁ ଦେଖାଇଛନ୍ତି । ଅରବିନ୍ଦଙ୍କ ଅଭିନୟ ଜୀବନର ମୋଡ଼ ସେତେବେଳେ ବଦଳିଲା ଯେତେବେଳେ ସେ ସଫଳ କ୍ୟାରିୟରର ଶୀର୍ଷରେ ଥାଇ ଅଭିନୟରୁ ଦୂରେଇ ପରିବାରର ବ୍ୟବସାୟକୁ ଚୟନ କଲେ । ତେବେ କିଛି ବର୍ଷ ପରେ ଅଭିନେତା ସିନେମାକୁ ଫେରିବାକୁ ଚେଷ୍ଟା କଲେ କିନ୍ତୁ ଦୁର୍ଘଟଣା ତାଙ୍କୁ ପାରାଲେସିସ୍ ଦୁଃଖ ଦେଇଗଲା । କିଛି ବର୍ଷ ପରେ ଅଭିନେତା ସୁସ୍ଥ ହୋଇ କଙ୍ଗନା ରଣାୱତଙ୍କ ସହ ସିନେମା ‘ଥଲାଇବି’ରେ ନଜର ଆସିଥିଲେ । ଗତବର୍ଷ ଅରବିନ୍ଦ ସ୍ବାମୀଙ୍କ ତାମିଲ ସିନେମା ‘ମେୟାଝଗନ’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।