କନକ ବ୍ୟୁରୋ: ସିନେମା ହଲରେ ଧୁମ ମଚାଉଛି ଚାରିଧାମ ଫିଲ୍ମ । ଚାରିଧାମ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଅନୁଭବଙ୍କ ଅଭିନୀତ ଏହି ଫିଲ୍ମ ଦେଖିବା ପରେ ଦର୍ଶକ ଭାବପ୍ରବଣ ହୋଇଛନ୍ତି । ଓଡ଼ିଆ ଭାବଧାରାର ପାରିବାରିକ ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଓଲିଉଡ ସୁପରଷ୍ଟାର୍ ଅନୁଭବ ମହାନ୍ତି ପୁଣିଥରେ ନିଜର ଜଲୱା ଦେଖାଇଥିବା ଦେଖିବାକୁ ମିଳିଛି । ଟିଜର ଓ ଟ୍ରେଲରରେ ଯାହା ଆଶା କରାଯାଉଥିଲା ତାହାଠୁ ବି ବଳିକି ହୋଇଛି ଏହି ସିନେମା ବୋଲି ଦର୍ଶକମାନେ ଫିଲ୍ମ ଦେଖିବା ପରେ କହୁଛନ୍ତି ।
ଜଣେ ପୁଅ ନିଜ ବାପାମାଆଙ୍କୁ ଚାରିଧାମ ଦର୍ଶନ କରାଇବାକୁ ନିଜ ଜୀବନ ସହ କିଭଳି ସଂଘର୍ଷ କରୁଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳୁଛି l ଏଥିସହ ଆମ ଜୀବନରେ ବାପା, ମାଆଙ୍କ ମହତ୍ୱ କ'ଣ ତାହା ମଧ୍ୟ ଏଥିରେ ଗୁରୁତ୍ୱରୋପ କରାଯାଇଛି । ଏହି ଫିଲ୍ମକୁ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଥିବା ବେଳେ, ହିମାଦ୍ରି ତନୟା ଦାସ ପ୍ରଯୋଜନା ଦେଇଛନ୍ତି ।
କ୍ୟାମେରା କୁଇନ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଫିଲ୍ମର ସବୁ ଗୀତ ହୃଦୟ ଛୁଆଁ ହେଇଥିବା ବେଳେ ହ୍ୟୁମାନ ଗାଇଥିବା କେର କେରା ଗୀତ ଏଵେ ଟ୍ରେଣ୍ଡିଂ ହେବାରେ ଲାଗିଛି... ଗୁରୁବାର ଠାରୁ ସାରା ଓଡ଼ିଶାର ସୁନେଲି ପରଦାରେ ରିଲିଜ୍ ହୋଇଥିବା ଅନୁଭବଙ୍କ ଚାରିଧାମ ଫିଲ୍ମ ଏବେ ଦର୍ଶକଙ୍କୁ ଭାବବିହ୍ବଳ କରୁଥିବା ଫ୍ୟାନ୍ସମାନେ କହୁଛନ୍ତି ।
Follow Us