କନକ ବ୍ୟୁରୋ : ଟିଭିରୁ କ୍ୟାରିୟର୍ ଆରମ୍ଭ କରି ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଥିବା ସୁପରହିଟ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଅବା କିଏ ନଜାଣେ । ‘ପବିତ୍ର ରିସ୍ତା’ ସିରିଏଲରୁ କ୍ୟାରିୟର୍ ଆରମ୍ଭ କରିଥିବା ଅଙ୍କିତା ତାଙ୍କ ଜୀବନ୍ତ ଅଭିନୟରେ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ଟିଭି ପରେ ସେ ଫିଲ୍ମରେ ମଧ୍ୟ ନିଜର ଦବଦବା ଜାହିର କରିସାରିଛନ୍ତି । ବର୍ତ୍ତମାନ ସେ ଗୋଟିଏ ପରେ ଗୋଟିଏ ହିଟ୍ ରିୟଲିଟି ଶୋ’ କରୁଥିବା ନଜର ଆସୁଛନ୍ତି । ‘ବିଗ୍ ବସ୍’ ପରେ ପରେ ସେ ‘ଲାଫ୍ଟର ଶେଫ୍ସ’ ଭଳି ଶୋ’ର ଅଂଶ ହୋଇସାରିଛନ୍ତି । ତାଙ୍କର ଲୋକପ୍ରିୟତା ଏବଂ ସୁନାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ଅଙ୍କିତାଙ୍କ କୋଟିପତି ସ୍ବାମୀ ବିକ୍କି ଜୈନ ମଧ୍ୟ ଏବେ ଫେମ୍ ପାଇବାରେ ସଫଳ ହୋଇଛନ୍ତି । ପୂର୍ବରୁ ସେ କୋଇଲା ବ୍ୟବସାୟରେ ସମୟ ଦେଉଥିବା ବେଳେ ଏବେ ସ୍ତ୍ରୀଙ୍କ ସହ ରିୟଲିଟି ଶୋ’ ରେ ମଧ୍ୟ ନଜର ଆସୁଛନ୍ତି ।
/filters:format(webp)/kanak/media/media_files/2025/07/17/ankita-lokhande-2025-07-17-17-24-37.jpg)
ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ବିକ୍କି ଜୈନଙ୍କର କୋଟି କୋଟି ଟଙ୍କାର ବ୍ୟବସାୟ ରହିଛି । ସେ କୋଇଲାର ବ୍ୟାପାର କରନ୍ତି ଏବଂ ତାଙ୍କର ନେଟ୍ ୱର୍ଥ ପ୍ରାୟ ୧୦୦ ରୁ ୧୩୦ କୋଟି ଆଖପାଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳେ । ତେବେ ଝିଅ , ଜ୍ବାଇଁ ଏତେ ସଫଳ ହୋଇଥିଲେ ସୁଦ୍ଧା ମା’ ସରଳ ଏବଂ ସାଧୁତାର ଉଦାହରଣ ଦିଅନ୍ତି । ଅଭିନେତ୍ରୀଙ୍କ ମା’ ବନ୍ଦନା ଲୋଖଣ୍ଡେ ନିଜ ହାତରେ ଆଚାର, ଖାସ୍ତା ଏବଂ ଲେମ୍ବୁ ପାଣି ପ୍ରସ୍ତୁତ କରି ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି କରୁଛନ୍ତି । ବନ୍ଦନା ଝିଅକୁ ସପୋର୍ଟ କରିବା ପାଇଁ ଅନେକ ସମୟରେ ଟିଭି ପରଦାକୁ ଆସିଛନ୍ତି ।
ସେଲିବ୍ରିଟିଙ୍କ ମା’ ହୋଇଥିଲେ ମଧ୍ୟ ବନ୍ଦନା ଲୋଖଣ୍ଡେ ନା ତ ଝିଅ ଉପରେ ନିର୍ଭର କରନ୍ତି ନା ଜ୍ୱାଇଁଙ୍କ ଉପରେ । ବର୍ତ୍ତମାନ ଏହି କଥାର ପ୍ରମାଣ ସୋସିଆଲ ମିଡିଆରେ ମିଳିଛି । ଅଙ୍କିତା ଲୋଖଣ୍ଡେ ନିଜେ ନିଜ ମାଆଙ୍କ ବିଜନେସକୁ ଏବେ ସୋସିଆଲ ମିଡିଆରେ ସପୋର୍ଟ କରିଛନ୍ତି । ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ମାଆଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଘରେ ଆଚାର ବନାଉଥିବାର ନଜର ଆସୁଛନ୍ତି । ଆଚାରକୁ ଅର୍ଡର କରିବା ପାଇଁ ଅଙ୍କିତା ଫ୍ୟାନ୍ସଙ୍କ ସହିତ ଏକ ନମ୍ବର ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସେ ନିଜ ମାଆଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ବନ୍ଦନା ଲୋଖଣ୍ଡେଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଅଛି, ଯାହାର ନାମ ‘ନାରାୟଣ ନମକିନ୍ସ’ ରହିଛି । ଏହା ତାଙ୍କର ନିଜସ୍ୱ ବ୍ରାଣ୍ଡ , ଯେଉଁଥିରେ ସେ ନିଜ ହାତରେ ଆଚାର ତିଆରି କରି ବିକୁଛନ୍ତି ।