କନକ ବ୍ୟୁରୋ: ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଝଟକା । ବଲିଉଡ ଅଭିନେତ୍ରୀଙ୍କୁ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଠକ ସୁକେଶ ଚନ୍ଦ୍ରଶେଖର ନାଁରେ ଚାଲିଛି ୨ଶହ କୋଟି ଟଙ୍କାର ଠକେଇ ମାମଲା । ଯେଉଁଥିରେ ଜ୍ୟାକଲିନଙ୍କ ନାଁ ମଧ୍ୟ ରହିଛି । ତେବେ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ମାମଲାକୁ ରଦ୍ଧ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରୁ ନିରାଶ ହେବା ପରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରି ପୁଣି ଥରେ ଜ୍ୟାକଲିନଙ୍କୁ ଝଟକା ଲାଗିଛି । ସୁକେଶ ଚନ୍ଦ୍ରଶେଖର ଦାମୀ ଉପହାର ଭେଟିଦେବା ପରେ ମାମଲାରେ ଜ୍ୟାକଲିନଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ଅଭିନେତ୍ରୀଙ୍କ ଯୁକ୍ତି ଏୟାକି ସେ ପାଇଥିବା ଉପହାର ଠକେଇ ଅର୍ଥ ବୋଲି ସେ ଅଜଣା ଥିଲେ । ତେଣୁ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଅଯଥାରେ ଟଣାନଯାଉ ।
ହାଇକୋର୍ଟ ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା...
ତେବେ ଅଭିନେତ୍ରୀଙ୍କ ଯୁକ୍ତି ଏୟାକି ସେ ପାଇଥିବା ଉପହାର ଠକେଇ ଅର୍ଥ ବୋଲି ସେ ଅଜଣା ଥିଲେ । ତେଣୁ ତାଙ୍କୁ ମନି ଲଡ୍ରିଂ ମାମଲାରେ ଅଯଥାରେ ଟଣାନଯାଉ ।
/kanak/media/media_files/2025/09/22/25-2025-09-22-21-48-12.jpg)