କନକ ବ୍ୟୁରୋ : ଜୁଲାଇରେ ପ୍ରେକ୍ଷାଳୟକୁ ଆସୁଥିବା ସିନେମାକୁ ଏବେ ଢ଼େର ସମୟ ରହିଛି ଆଉ ଏହାରି ଭିତରେ ଜୁନ ମାସରେ ରିଲିଜ୍ ହୋଇଥିବା ସିନେମାର କଲେକ୍ସନ୍ ଉପରେ ସମସ୍ତଙ୍କ ନଜର ରହିଛି । ଯେଉଁଠି ଆମିର୍ ଖାନଙ୍କ ଅଭିନୀତ ସିନେମା ‘ସିତାରେ ଜମିନ୍ ପର୍’ ଏବେ ସୁଦ୍ଧା ୨୦୦ କୋଟି ଟଙ୍କାର ଆୟ କରିସାରିଛି ,ଅଭିନେତା ଅକ୍ଷୟ କୁମାରଙ୍କ ‘କନ୍ନପା’ ଏବଂ ଅଭିନେତ୍ରୀ କାଜୋଲଙ୍କ ‘ମା’ ସିନେମା ସେତେ ଆଖିଦୃଶିଆ ଆୟ କରିପାରିନି ।
/filters:format(webp)/kanak/media/media_files/2025/07/02/sitare-zameen-par-2025-07-02-10-14-41.jpg)
୨ ଟି ସିନେମାକୁ ନେଇ ମେକର୍ସ ଯେଉଁ ଆଶା ରଖିଥିଲେ ତାହା ପବନରେ ଉଡ଼ିଯାଇଛି । ଅକ୍ଷୟ ଏବଂ କାଜୋଲଙ୍କ ସିନେମା ସିତାରେ ଜମିନ୍ ପର୍ ସିନେମାକୁ ଟକ୍କର ହିଁ ଦେଇପାରୁନି । ସିତାରେ ଜମିନ୍ ପର୍ ସିନେମାର କାହାଣୀ ଦର୍ଶକଙ୍କୁ ଏତେ ପସନ୍ଦ ଆସିଲା ଯେ ଏବେ ପର୍ଯ୍ୟନ୍ତ ସିନେପ୍ରେମୀ ଫିଲ୍ମକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଯେଉଁଥିପାଇଁ ୯୦ କୋଟିରେ ପ୍ରସ୍ତୁତ ହୋଇଥିବା ଏହି ସିନେମା ୨୦୦ କୋଟିର ଆକଳନକୁ ପାର୍ କରିବାକୁ ଯାଉଛି । ଫିଲ୍ମଟି ସୁପରହିଟ୍ ତାଲିକାରେ ସାମିଲ୍ ହୋଇଯାଇଛି । ସେକନିଲ୍କର ରିପୋର୍ଟ ଅନୁସାରେ ଦ୍ବାଦଶ ଦିନରେ ଏହି ସିନେମା ୪.୨୪ କୋଟି ଟଙ୍କାର ଆୟ କରିସାରିଛି ।
/filters:format(webp)/kanak/media/media_files/2025/07/02/maa-vs-kannappa-2025-07-02-10-13-53.jpg)
ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା କନପ୍ପାରେ ଅଭିନେତାଙ୍କ ଏକ କେମିୟୋ ଥିଲା ଯେଉଁଥିରେ ସେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସୁଛନ୍ତି ଏବଂ ପ୍ରଭାସ ମହାଦେବଙ୍କ ଅଂଶ ରୁଦ୍ର ଭୂମିକାରେ ନଜର ଆସୁଛନ୍ତି । କିନ୍ତୁ ସିନେମା ବର୍ତ୍ତମାନ ପର୍ଯ୍ୟନ୍ତ ସେତେଟା ଭଲ କଲେକ୍ସନ୍ କରିପାରିନାହିଁ । ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ ପତ୍ନୀ ଅଭିନେତ୍ରୀ କାଜୋଲଙ୍କ ସିନେମା ମା’ ମଧ୍ୟ ସେତେଟା ଭଲ କଲେକ୍ସନ୍ କରିପାରିନାହିଁ । ହରର୍ ସିନେମାରେ ଦର୍ଶକଙ୍କୁ ଡରାଇବାକୁ ଆସିଥିବା କାଜୋଲ୍ ଏବେ ନିଜେ ହିଁ ସିନେମାର କଲେକ୍ସନ୍ ଦେଖି ଡରିଯାଇଛନ୍ତି ।