କନକ ବ୍ୟୁରୋ: ପବନ ସିଂହଙ୍କ ବିଜେପିକୁ ଫେରିବା ବିହାର ରାଜନୀତିକୁ କାହିଁକି ଉଷ୍ମ କରିଛି? ମହାଗଠବନ୍ଧନ ପରେ, କେଉଁ ଦଳ ପବନଙ୍କ ସ୍ତ୍ରୀ ଜ୍ୟୋତି ସିଂହଙ୍କୁ ବିହାର ନିର୍ବାଚନରେ ଏକ ବନ୍ଧନ ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରୁଛି? ନିର୍ବାଚନ ଋତୁରେ ଷ୍ଟାର କଳି ଏବେ ବିହାର ରାଜନିତୀକୁ ବଳି ଯାଇଛି ।
ବିହାର ଏବେ ଚର୍ଚ୍ଚାରେ । ପ୍ରଥମଟି ହେଉଛି ନିର୍ବାଚନ ପାଇଁ ଦ୍ବିତୀୟ କାରଣଟି ହେଉଛି ଷ୍ଟାରରୁ ନେତା ବନିଥିବା ପବନ ସିଂହଙ୍କ ପାରିବାରିକ କଳି ପାଇଁ । ଭାରତୀୟ ଜାନତା ପାର୍ଟିର ନେତା ଏବଂ ଭୋଜପୁରୀ ସିନେମାର ପ୍ରସିଦ୍ଧ ଅଭିନେତା-ଗାୟକ ପବନ ସିଂହ ନିଜ ପତ୍ନୀ ଜ୍ୟୋତି ସିଂହ ଉପରେ ପାଞ୍ଚଟି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଏହା ବିହାର ନିର୍ବାଚନର ପୂର୍ବରୁ ଏକ ବଡ଼ ବିବାଦରେ ପରିଣତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ପବନ କହିଛନ୍ତି , ଜ୍ୟୋତି ତାଙ୍କୁ ଇଲେକ୍ସନ ଲଢ଼ିବାକୁ ବାଧା ଦେଉଛନ୍ତି ଏବଂ ଅସମ୍ଭବ ଦାବି କରୁଛନ୍ତି । ଯାହା ପବନଙ୍କ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରୁଛି ।
ସ୍ତ୍ରୀ ଉପରେ ପବନଙ୍କ ୫ ଅଭିଯୋଗ
୧  ଜ୍ୟୋତି ନିଜେ ବିଧାୟକ ହେବାକୁ ଚାହୁଛନ୍ତି
୨  ମହିଳାଙ୍କ ଲୁହ ଦେଖାଯାଉଛି,ପୁରୁଷଙ୍କ କଷ୍ଟ ଦେଖାଯାଉନି
୩  ନିର୍ବାଚନ ସମୟରେ କଣ ପାଇଁ, ପରେ କଣ ପାଇଁ ନୁହେଁ?
୪  ଜ୍ୟୋତିଙ୍କ ବାପା କହିଥିଲେ ଝିଅକୁ ବିଧାୟକ କରିଦିଅ
୫  ଘର କଥା ଘର ଭିତରେ ରହିବା କଥା କ୍ୟାମେରା ଆଗରେ ନୁହେଁ
ପବନ କହିଛନ୍ତି, ଜ୍ୟୋତି ତାଙ୍କ ଲକ୍ଷୌ ଫ୍ଲାଟରେ ଜୋର ଜବରଦସ୍ତ ପ୍ରବେଶ କରି ହଙ୍ଗାମା କରିଛନ୍ତି। ଶେଷରେ, ପବନ ଦାବି କରିଛନ୍ତି , ଏହା ସବୁ ରାଜନୀତିରେ ତାଙ୍କୁ କ୍ଷତି ପହଞ୍ଚାଇବାର ଷଡ଼୍ଯନ୍ତ୍ର । ପବନ କହିଛନ୍ତି, ଜନତା ମୋର ପାଇଁ ଭଗବାନ, କିନ୍ତୁ ଏଭଳି ଅନ୍ୟାୟ ସହ୍ୟ କରିପାରିବି ନାହିଁ । ଏହି ବିବାଦ ବିହାର ନିର୍ବାଚନରେ ପବନଙ୍କର ରାଜନୈତିକ ଭବିଷ୍ୟତକୁ ପ୍ରଭାବିତ କରିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/08/eeeee-2025-10-08-22-29-33.jpg)