କନକ ବ୍ୟୁରୋ : ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କଳାକାରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର ପାଇଛନ୍ତି ପ୍ରଖ୍ୟାତ ମାଲାୟାଲାମ ଅଭିନେତା ମୋହନଲାଲ ।
ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଯବାନ ଫିଲ୍ମରେ ଅଭିନୟ ପାଇଁ ଶାହରୁଖ ଖାନ୍ ଏବଂ 12th ଫେଲ୍ ଫିଲ୍ମ ପାଇଁ ବିକ୍ରାନ୍ତ ମାସେ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ରାନୀ ମୁଖାର୍ଜୀ । ଫିଲ୍ମ 'ମିସେସ୍ ଚାଚାର୍ଜୀ ଭର୍ସେସ୍ ନରୱେ'ରେ ଭଲ ଅଭିନୟ ପାଇଁ ରାନୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଟ୍ଏଲଭେଥ୍ ପାସ୍ ଫିଲ୍ମ ଶ୍ରେଷ୍ଠ ଫିଚର ଫିଲ୍ମ ଓ କଥଲ- ଏ ଜ୍ୟାକଫ୍ରୁଟ୍ ମିଷ୍ଟ୍ରି ଫିଲ୍ମ ପାଇଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର । ଦି କେରଳା ଷ୍ଟୋରୀ ଫିଲ୍ମରେ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା ଓ ଶ୍ରେଷ୍ଠ ସିନେମାଗ୍ରାଫି ପାଇଁ ପୁରସ୍କୃତ ହୋଇଛନ୍ତି ସୁଦୀପ୍ତ ସେନ। ବିଭିନ୍ନ ଭାଷାର ବହୁ ଫିଲ୍ମ ଓ ଚଳଚ୍ଚିତ୍ର ଜଗତ ସହ ବହୁ ବ୍ୟକ୍ତି ପୁରସ୍କୃତ ହୋଇଛନ୍ତି । ଓଡ଼ିଆ ଫିଲ୍ମ ପୁଷ୍କରା ଓ ସମୁଦ୍ର ଓ ସାତଭାୟାକୁ ପୁରସ୍କାର ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/23/mohanlal-2025-09-23-20-34-52.jpg)