ମରି ଗଲେ କିନ୍ତୁ କହିଲେନି ! ଜାଣନ୍ତୁ ଏହି ଚେହେରା ପଛରେ କିଏ

66

୨୦୦୩ରେ ନିର୍ମାଣ ହୋଇଥିବା ହ୍ରିତିକ୍ ରୋଶନଙ୍କ ଅଭିନିତ ‘କୋଇ ମିଲ୍ ଗୟା’ ସିନେମାଟି ଆପଣଙ୍କର ମନେ ଥିବ ନିଶ୍ଟୟ । ତେବେ ଏହି ସିନେମାରେ ହ୍ରିତିକ୍ ଜଣେ ମାନସିକ ରୋଗୀଭାବେ ନଜର ଆସିଥିଲେ । କିନ୍ତୁ ଏହି ସିନେମାଟିରେ ଯେଉଁ ଚରିତ୍ରଟି ଦର୍ଶକଙ୍କୁ ଅଧିକମାତ୍ରାରେ ଆକର୍ଷିତ କରିଥିଲା ତାହା ଥିଲା ଏଲିୟନ ତଥା ‘ଯାଦୁ’ ଚରିତ୍ରଟି । ଯିଏ ‘ଯାଦୁ’ ଯାହାକୁ ଖାଦ୍ୟ ବା ଶକ୍ତି ପାଇଁ ଦରକାର ପଡୁଥିଲା ସୂର୍ଯ୍ୟଙ୍କର ପ୍ରଖର କିରଣ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହି ସିନେମାରେ ଯାଦୁ ଚରିତ୍ରଟି ବାସ୍ତବରେ କିଏ କରିଥିଲେ? ତେବେ ଅଧିକାଂଶ ଦର୍ଶକଙ୍କ ମାନିବା କଥା ହେଲା କି ଏହା ଏକ ଆନିମିଟେଡ୍ ଚରିତ୍ର ଥିଲା । କିନ୍ତୁ ଏହା କୌଣସି ଆନିମିଟେଡ୍ ଚରିତ୍ର ନଥିଲା ବରଂ ଏକ ବାସ୍ତବ ଚରିତ୍ର ଥିଲା । ଆଶ୍ଚର୍ଯ୍ୟ ହୋଇଗଲେ ନା ଆପଣ । ଆପଣଙ୍କ ଏଠାରେ କହି ଦଉଛୁ କି, ଏହି ସିନେମାରେ ଏଲିୟନ ଭୂମିକାରେ ଅଭିନୟ କରିଥିବା କଳାକାର ଜଣଙ୍କ ହେଲେ ଇନ୍ଦ୍ର ବର୍ଦ୍ଧନ ପୁରୋହିତ ।

ତେବେ ଏହି ସିନେମାଟି ରିଲିଜ୍ ହେବାର ୧୧ ବର୍ଷ ପରେ ଏହି ରହସ୍ୟର ଖୁଲାସା ହୋଇଥିଲା । ଯାହାକୁ ସିନେମାର ନିର୍ଦ୍ଦେଶକ ରାକେଶ ରୋଶନ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ । ହ୍ରିତିକ ରୋଶନ ଏକ ସାକ୍ଷାତକାରରେ କହିଥିଲେ କି, ଯାଦୁ ଚରିତ୍ର ପାଇଁ ବ୍ୟବହାର ହୋଇଥିବା ବିଶେଷ କଷ୍ଟ୍ୟୁମ୍ ଅଷ୍ଟ୍ରେଲିୟାରୁ ଆସିଥିଲା ।

ସେହିପରି ଏକ ସାକ୍ଷାତକାରରେ ରାକେଶ ରୋଶନ କହିଥିଲେ କି, ସିନେମାର ଏକ ଦୃଶ୍ୟରେ ରହିଥିଲା ଯେତେବେଳେ ହଠାତ୍ ଅନେକ ହାତୀ ଯାଦୁର ସାମ୍ନାକୁ ଚାଲିଆସିଥିଲେ ସେତେବେଳେ ସେମାନଙ୍କୁ ଦେଖି ଯାଦୁ ଡରିଯାଇଥିଲା । ମାତ୍ର ବାସ୍ତବରେ ଯାଦୁ ହାତୀଙ୍କୁ ଦେଖି ନୁହେଁ ବରଂ ହାତୀମାନେ ଯାଦୁକୁ ଦେଖି ଡରିଯାଇଥିଲେ । ଯେଉଁ କାରଣରୁ ଏହାର ସୁଟିଂ ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା ।

ତେବେ ଅଭିନେତା ଇନ୍ଦ୍ର ବର୍ଦ୍ଧନ ଏଯାବତ୍ ୬ଟି ଭାଷାରେ ୨୫୦ରୁ ଅଧିକ ସିନେମା କରିସାରିଛନ୍ତି । କିନ୍ତୁ ବଡ ଦୁଃଖର କଥା ହେଲା କି ଅଭିନେତା ଇନ୍ଦ୍ର ବର୍ଦ୍ଧନ ଏବେ ଦୁନିଆରେ ନାହାଁନ୍ତି । ୨୮ ସେପ୍ଟେମ୍ବର,୨୦୧୪ରେ ତାଙ୍କର ପରଲୋକ ଘଟିଛି ।

ଏହାସହ ମଧ୍ୟ ପଢନ୍ତୁ-ପଦାରେ ପଡିଲା ଅକ୍ଷୟଙ୍କ ଗୁମର ! କାହିଁକି ଝିଅ ନିତାରାଙ୍କ ଚେହେରା ଲୁଚାଇ ରଖନ୍ତି ସବୁବେଳେ