ସୁନ୍ଦରତା ହେଲା କାଳ ! ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ରାତି ବିତାଇବାକୁ ଚାହିଁଥିଲା ଅଣ୍ଡରୱାଲ୍ଡ ଡନ୍

54

ଆପଣ ବଲିଉଡର ଚର୍ଚ୍ଚିତ ହରର ସିନେମା ‘ବିରାନା’ ଦେଖିଥିବେ ନିଶ୍ଚୟ । ତେବେ ଏହି ସିନେମାରେ ନଜର ଆସିଥିବା ସୁନ୍ଦରୀ ନାୟିକା ଜଣଙ୍କ ଯଦିଓ ଜଣେ ଭୂତୁଣି ଚରିତ୍ରରେ ନଜର ଆସିଥିଲେ କିନ୍ତୁ ଏହି ସିନେମା ଜରିଆରେ ସେ ରାତାରାତି ଷ୍ଟାର ମଧ୍ୟ ବନିଯାଇଥିଲେ ।

ତେବେ ଆମେ ଏହି ନାୟିକାଙ୍କ ସଂପର୍କରେ ଆଲୋଚନା ଏଥିପାଇଁ କରୁଛୁ କାରଣ ,ସୋସିଆଲ ମିଡିଆରେ ଏହି ନାୟିକାଙ୍କୁ ଖୁବ୍ ଖୋଜା ଚାଲିଛି ଏବଂ ସମସ୍ତେ ଏକଥା ଜାଣିବାକୁ ଇତ୍ସୁକ ଅଛନ୍ତି ସେ ଏବେ କେଉଁଠି ଅଛନ୍ତି ବୋଲି । ତେବେ ଏହି ନାୟିକା ଜଣଙ୍କ ହେଲେ ଜସ୍ମିନ । ‘ବିରାନା’ ସିନେମା ପରେ ଜସ୍ମିନ ଅନେକ ହରର ସିନେମାରେ କାମ କରିଥିଲେ ଯେଉଁଥିରେ ‘ବନ୍ଦ ଦରୱାଜା’, ‘ଡାକ ବଙ୍ଗଳା’ ଏବଂ ‘ପୁରାନୀ ହବେଲି’ ଆଦି ସିନେମା ସାମିଲ ହୋଇଛି ।

କିନ୍ତୁ ହଠାତ୍ ଏହି ନାୟିକା ଜଣଙ୍କ ସିନେମା ଜଗତରୁ ପୁରା ଗାଏବ ହୋଇଗଲେ ଏବଂ ଆଜି ସେ କେଉଁଠି ଅଛନ୍ତି , ଜୀବିତ ଅଛନ୍ତି କି ନାହିଁ, କାହାକୁ ଏ ସଂପର୍କରେ ସୂଚନା ନାହିଁ । ଶୁଣିବାକୁ ମିଳିଛି, ତାଙ୍କ ସୁନ୍ଦରତାରେ ଅଣ୍ଡରୱାଲ୍ଡ ଡନ୍ ମଧ୍ୟ ମୁଗ୍ଧ ହୋଇଯାଇଥିଲା ଏବଂ ସେ ତାଙ୍କ ସହ ରାତି ବିତାଇବାକୁ ମଧ୍ୟ ଚାହୁଁଥିଲା । ତେବେ ଏଥିପାଇଁ ଜସ୍ମିନଙ୍କ ନିକଟକୁ ପ୍ରତିଦିନ ଡନର ଫୋନ ବାରମ୍ବାର ମଧ୍ୟ ଆସୁଥିଲା ।

ଖବର ମୁତାବକ, ଜସ୍ମିନ ଏହାକୁ ନେଇ ଏତେମାତ୍ରାରେ ଅତିଷ୍ଠ ହୋଇପଡିଥିଲେ କି ସେ ସବୁଦିନ ପାଇଁ ଭାରତ ଛାଡି କେଉଁଆଡେ ଚାଲିଯାଇଥିଲେ । ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ବି ସୂଚନା ମିଳି ପାରିନାହିଁ । ତେବେ କିଛି ଲୋକ କୁହନ୍ତି, ଜସ୍ମିନ ବିବାହ କରି ତାଙ୍କ ସ୍ୱାମୀଙ୍କ ସହ ବିଦେଶରେ ଅଛନ୍ତି ବୋଲି ତ ପୁଣି କିଛି କୁହନ୍ତି କି ସେ ଏବେ ଦୁନିଆରେ ନାହାଁନ୍ତି ।