ପରଦାରେ ଜଗତଜନନୀ ! ଦେବୀ ଦୁର୍ଗାଙ୍କ ରୂପରେ ସିଲଭର ସ୍କ୍ରିନର ବୋହୂ

234

ଛୋଟ ପରଦାରେ ବି ଦେଖିବାକୁ ମିଳିଛି ଦେବୀ ଦୁର୍ଗାଙ୍କ ଶକ୍ତିସ୍ୱରୂପିଣୀ ରୂପ । ଖାଲି ଯେ, ପୁରାଣରେ ଦେବାଦେବୀଙ୍କର କାହାଣୀ ଚିତ୍ରଣ କରାଯାଇଛି ତାହା ନୁହେଁ ବରଂ ଟିଭି ପରଦାରେ ମଧ୍ୟ ରହିଛି ଆଧ୍ୟାତ୍ମିକ ଭାବନାର ଛାପ । ଆଜିକା ଦିନରେ ବି ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଟିଭି ପରଦାରେ ମା’ଙ୍କ ସ୍ୱରୂପକୁ ଚିତ୍ରଣ କରାଯାଇଛି । ତେବେ ଏଭଳି କିଛି ନାୟିକା ତଥା କାହାଣୀକୁ ନେଇ ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନା ।

ଟେଲିଭିଜନ ଜଗତରେ ଅନେକ ସୁନ୍ଦରୀ ଏବଂ ପ୍ରତିଭାଶାଳୀ ଅଭିନେତ୍ରୀଙ୍କୁ ମା’ ଦୁର୍ଗାଙ୍କ ଅବତାରରେ ଦେଖିବାକୁ ମିଳିଛି । ଯେଉଁଥିରେ ମୌନି ରାୟ, ସୋନାରିକା ଭଦୋରିଆ ଏବଂ ପୂଜା ଶର୍ମା ଭଳି ପ୍ରମୁଖ ଅଭିନେତ୍ରୀ ସାମିଲ ଅଛନ୍ତି ଆଉ ଏମାନଙ୍କୁ ଦେଖିବାକୁ ମିଳିଥିଲା ମା’ ଦୁର୍ଗାଙ୍କର ଶକ୍ତିଶାଳୀ ଅବତାରରେ । ନିଜର ଦମଦାର ଅଭିନୟ ବଳରେ ଏହିସବୁ ଅଭିନେତ୍ରୀ ମାେ ଦେବୀ ଦୁର୍ଗାଙ୍କର ଚରିତ୍ରକୁ ଏଭଳି ଭାବରେ ଚିତ୍ରଣ କରିବାରେ ସଫଳ କରି ପାରିଥିଲେ କି ଯାହାଙ୍କୁ ଦର୍ଶକେ କେବେ ଭୁଲିପାରି ନାହାଁନ୍ତି ।

ଦଲଜିତ କୌର: ଟିଭି ସ୍କ୍ରିନରେ ସହ କଳାକାର ଭାବେ ନଜର ଆସୁଥିବା ଅଭିନେତ୍ରୀ ଦଲଜିତ କୌରଙ୍କୁ ଏବେ ମାଆ ଦୁର୍ଗାଙ୍କ ଅବତାରରେ ଦେଖିବାକୁ ମିଳିଛି । ବ୍ୟକ୍ତିଗତ ସମସ୍ୟାରେ ଚିନ୍ତିତ ରହୁଥିବା ୩୪ବର୍ଷିୟ ଦଲଜିତ ବିଗ୍ ମ୍ୟାଜିକ୍ ସୋ’ ରେ ମା’ ଦୁର୍ଗାଙ୍କ ରୂପରେ ପୁଣି ଥରେ ଫେରୁଛନ୍ତି । ଯାହାକି ୨୮-୩୦ ଏପିସୋଡର ସୀମିତ ସିରିଜ୍ ସହିତ ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଇଛି । ତେବେ ଶେଷ ଥର ପାଇଁ ଦଲଜିତଙ୍କୁ ‘ଜି’ ଟିଭିରେ ପ୍ରସାରିତ ‘କାଲା ଟିକା’ ଧାରାବାହିକରେ ଦେଖିବାକୁ ମିଳିଥିଲା ।

ସୋନାରିକା ଭଦୋରିଆ: ଛୋଟ ପରଦାର ସବୁଠୁ ସୁନ୍ଦରୀ ନାୟିକାମାନଙ୍କ ତାଲିକାରେ ସ୍ଥାନ ପାଇଥିବା ସୋନାରିକା ‘ଲାଇଫ ଓକେ’ ଚ୍ୟାନେଲରେ ପ୍ରସାରିତ ‘ଦେବୋ କେ ଦେବ . . . ମହାଦେବ’ ଧାରାବାହିକରେ ମା’ ପାର୍ବତୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଏହି ଧାରାବାହିକରେ ସୋନାରିକାଙ୍କୁ ‘ମହାକାଳୀ’ଙ୍କ ଅବତାରରେ ବି ନଜର ଆସିଥିଲେ ।

ମୌନି ରାୟ: ଛୋଟ ପରଦାରେ ‘ନାଗିନ’ ଭୂମିକାରେ ଧମାଲ ସୃଷ୍ଟି କରିଥିବା ମୌନି ରାୟଙ୍କୁ ‘ଦେବୋ କେ ଦେବ . . . ମହାଦେବ’ରେ ମାତା ସତିଙ୍କ ରୂପରେ ଦେଖିବାକୁ ମିଳିଥିଲା । କଲର୍ସରେ ପ୍ରସାରିତ ଧାରାବାହିକ ‘ନାଗିନ-୨’ରେ ମୌନି ମହିଷାଶୂରକୁ ବଧ କରିବା ପାଇଁ ମାତା ଦୁର୍ଗାଙ୍କର ରୂପ ମଧ୍ୟ ଧାରଣ କରିଥିଲେ ।

ପୂଜା ଶର୍ମା: ଆଧ୍ୟାତ୍ମିକ ଆଧାବାହିକରୁ ନିଜର ପରିଚୟ ସୃଷ୍ଟି କରିଥିବା ପୂଜା ଶର୍ମା ଏଭଳି ଅନେକ ଭୂମିକାରେ ନଜର ଆସିଛନ୍ତି । ୨୦୧୩ରେ ଟିଭି ସୋ’ ‘ମହାଭାରତ’ରେ ଦ୍ରୋପଦିଙ୍କ ଭୂମିକାକୁ ଚରିତ୍ରାର୍ଥ କରିବା ପରେ ଏବେ ପୂଜାଙ୍କୁ ମାତା ପାର୍ବତୀଙ୍କ ଭୂମିକାରେ ଦେଖିବାକୁ ମିଳିଛି । ତେବେ ଷ୍ଟାର ପ୍ଲସରେ ପ୍ରସାରିତ ‘ମହାକାଳୀ-ଅନ୍ତ ହିଁ ଆରମ୍ଭ ହେଁ’ରେ ପୂଜା ଏବେ ମାତା ସତିଙ୍କ ଭୂମିକାରେ ନଜର ଆସିଛନ୍ତି ।

ଇନ୍ଦ୍ରାଣି ହଲଦର: ଇନ୍ଦ୍ରାଣୀ ହଲଦର ମଧ୍ୟ ନିଜର ଆଧ୍ୟତ୍ମିକ ଭୂମିକା କାରଣରୁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ୨୦୧୩ରେ ବିଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ‘ମା’ ଶକ୍ତି’ରେ ତାଙ୍କୁ ନବ ଦୁର୍ଗାଙ୍କର ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା ।

ପୂଜା ବୋଷ: ‘ଦେବୋ କେ ଦେବ . . . ମହାଦେବ’ରେ ସୋନାରିକାଙ୍କ ସ୍ଥାନ କିଛି ଦିନ ପାଇଁ ନେଇଥିଲେ ବଙ୍ଗାଳି ସୁନ୍ଦରୀ ପୂଜା ବୋଷ । ଏହାବ୍ୟତୀତ ପୂଜା ପରାଶକ୍ତି, ଆଦି ଶକ୍ତି , ମହାକାଳୀ ଏବଂ ମା’ ଦୁର୍ଗାଙ୍କ ଭଳି ବିଭିନ୍ନ ରୂପରେ ନଜର ଆସିଥିଲେ ।

ଗାୟତ୍ରୀ ଶାସ୍ତ୍ରୀ: ୧୯୯୯ର ଲୋକପ୍ରିୟ ଧାରାବାହିକ ‘ଓମ୍ ନମଃ ଶିବାୟ’ରେ ମାତା ପାର୍ବତୀଙ୍କ ଅବତାରରେ ଦେଖିବାକୁ ମିଳିଥିଲା ଗାୟତ୍ରୀଙ୍କୁ । ଯାହାକି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଉପରେ ଆଧାରିତ ।