ବଲିଉଡ ଷ୍ଟାରଙ୍କ ସହାନୁଭୂତି ! ସହିଦ ଯବାନଙ୍କ ପରିବାରକୁ ଘର ଦେବେ ବିବେକ ଓବରଏ

ବଲିଉଡ ଷ୍ଟାରଙ୍କ ସହାନୁଭୂତି ! ସହିଦ ଯବାନଙ୍କ ପରିବାରକୁ ଘର ଦେବେ ବିବେକ ଓବରଏ

Source: haribhoomi.com

ସହିଦଙ୍କ ପରିବାରକୁ ବଲିଉଡ ଷ୍ଟାରଙ୍କ ସହାୟତା । ସୁକମାରେ ମାଓବାଦୀ ଏନକାଉଂଟର ବେଳେ ସହିଦ ହୋଇଥିବା ୨୫ଜଣ ଯବାନଙ୍କ ପରିବାରକୁ ଫ୍ଲାଟ ଉପହାର ଦେବେ ବିବେକ ଓବରଏ । ମହାରାଷ୍ଟ୍ରର ଥାଣେ ଅଂଚଳର ଯବାନଙ୍କ ପରିବାରକୁ ଫ୍ଲାଟ ଦେବା ପାଇଁ ନିଷ୍ପତି ନେଇଛନ୍ତି ବିବେକ । ତେବେ ଏନେଇ ଖୁବ୍ ଶୀଘ୍ର ଏକ ତାଲିକା ପ୍ରକାଶ ପାଇବ ।

ଏପ୍ରିଲ ୨୬ତାରିଖରେ ଛତିଶଗଡର ସୁକମାରେ ମାଓବାଦୀମାନେ ସିଆରପିଏଫ ୨୧୯ବାଟାଲିୟନ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨୫ଯବାନ ସହିଦ ହୋଇଥିଲେ । ଏହି ସହିଦ ଯବାନଙ୍କ ପରିବାରକୁ ଏବେ ଘର ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ବିବେକ ଓବରଏ ।

ଏହାପୂର୍ବରୁ ଅକ୍ଷୟ କୁମାର ଓ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ସହିଦଙ୍କ ପରିବାରକୁ ସହାୟତା ଦେଇଛନ୍ତି । ଅକ୍ଷୟ କୁମାର ସହିଦଙ୍କ ପରିବାରକୁ ୧କୋଟି ୮ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ସହିଦଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଛନ୍ତି କ୍ରିକେଟର ଗୌତମ ଗମ୍ଭୀର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe