ବୀଣା ଓ ଅସଦଙ୍କ ସଂପର୍କରେ ଫାଟ ! ସିନେମା ପାଇଁ ସ୍ୱାମୀଙ୍କୁ ଦେଲେ ଛାଡପତ୍ର

36

ପାକିସ୍ତାନୀ ନାୟିକା ବୀଣା ମଲିକ ସ୍ୱାମୀଙ୍କୁ ଦେଲେ ଛାଡପତ୍ର । ଇସଲାମିକ ନିୟମ ଅନୁସାରେ, ଯେତେବେଳେ ଜଣେ ସ୍ତ୍ରୀ ସ୍ୱ-ଇଚ୍ଛାରେ ସ୍ୱାମୀଙ୍କୁ ଛାଡପତ୍ର ନେବାକୁ ଚାହିଁଥାଏ ତେବେ ତାହାକୁ ‘ଖୁଲା’ବା ଛାଡପତ୍ର ପାଇଁ ଆବେଦନ କରିବାକୁ ପଡିଥାଏ । ଆଉ ବୀଣା ମଧ୍ୟ ଏହି ପ୍ରକ୍ରିୟା ଶେଷ କରିଦେଇଛନ୍ତି ।

ସୂତ୍ର ଅନୁସାରେ, ବୀଣାଙ୍କ ଓଳିଲଙ୍କ ମତରେ, ବୀଣା ଛାଡପତ୍ର ପାଇଁ ଆବେଦନ କରିବା ପରେ ଗତ ଜାନୁଆରୀ ମାସରେ ସ୍ଥାନୀୟ ଅଦାଲତ ଏହାର ରାୟ ଏକପ୍ରକାରରେ ଶେଷ କରିଦେଇଛନ୍ତି । ଯଦିଓ ଏହା ଉପରେ ସେ ବେଶି କିଛି ସୂଚନା ଦେଇ ନଥିଲେ ।

ତେବେ ମିଳିଥିବା ସୂଚନା ମୁତାବକ, ବୀଣା ଏବଂ ତାଙ୍କ ସ୍ୱାମୀ ଅସଦଙ୍କ ମଧ୍ୟରେ ୨୦୧୩ ଡିସେମ୍ବର ୨୫ରେ ବିବାହ ହୋଇଥିଲା । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଏହାର କାରଣ ରହିଛି କି , ବୀଣା ପୁଣି ଥରେ ସିନେମା କରିବାକୁ ଚାହାଁନ୍ତି ମାତ୍ର ଅସଦ ଏଥିପାଇଁ ରାଜି ନୁହଁନ୍ତି । ଯାହା କାରଣରୁ ଉଭୟେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି ।