ଭଦୋଦରା ସହର ପୁଲିସ୍ ନିକଟରେ ଏକ ଟ୍ରାଫିକ୍ ଆଡଭାଇଜରି ପୋଷ୍ଟର ଜାରି କରିଛି । ପୁଲିସ୍ ଜାରି କରିଥିବା ଏହି ପୋଷ୍ଟରଟି ଟୁଇଟରରେ ଅପଲୋଡ୍ ହେବା ପରେ କୁଢ଼ କୁଢ଼ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ, ଟ୍ରାଫିକ୍ ନିୟମ ସଂପର୍କିତ ଏହି ପୋଷ୍ଟରଟିରେ ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟରଙ୍କୁ ବ୍ୟବହାର କରାଯାଇଛି । ପୋଷ୍ଟରଟିରେ ପ୍ରିୟାଙ୍କ ଫଟୋ ରଖାଯାଇ ଲେଖିଯାଇଛି, ‘ଗୋଟାଏ ଥର ଆଖି ପତା ପଡ଼ିବା ଭିତରେ ହୋଇପାରେ ଦୁର୍ଘଟଣା । ଅନ୍ୟମନସ୍କ ନ ହୋଇ ଯତ୍ନବାନ ହୋଇ ଗାଡ଼ି ଚଳାଅ।’ ଏ ସଂପର୍କରେ ପଚରା ଯିବାରୁ ଭଦୋଦରା ପୁଲିସ୍ ଅଫିସର୍ କହିଛନ୍ତି, ‘ନାଗରିକମାନଙ୍କ ସଂଯୋଗରେ ରହିବାର ଏହା ଏକ ଉତ୍ତମ ମାଧ୍ୟମ। କିଛି ଗୋଟାଏ ବୁଝାଇବା ପାଇଁ ସେହି ସମୟର ଭାଷା ଏବଂ ସଂକେତ ବ୍ୟବହାର କଲେ ବେଶି ଫଳପ୍ରଦ ହୋଇଥାଏ ।’

Advertisment

publive-image
ଉଲ୍ଳେଖଯୋଗ୍ୟ, ନିକଟରେ କିଛି ଦିନ ତଳେ ଇଣ୍ଟରନେଟରେ ଛାଇ ଯାଇଥିଲେ ମାଲାୟାଲାମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍। ମାତ୍ର ୨୬ ସେକେଣ୍ଡର ତାଙ୍କର ଏକ ଆଖିମରା ଭିଡିଓ ଭାଇରାଲ୍ ହେବା ପରେ ପୂରା ଦେଶରେ ଚର୍ଚ୍ଚା ପାଲଟି ଯାଇଥିଲେ । ମାତ୍ର ଗୋଟାଏ ଦିନରେ ପାଲଟିଗଲେ ‘ନ୍ୟାସନାଲ୍ କ୍ରାସ୍’। ପ୍ରିୟାଙ୍କର ଲୋକପ୍ରିୟତା ଦେଖି ଭଦୋଦରା ପୁଲିସ୍ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଛି।