ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମହବତେ’ ରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ବିବେକ ଦହିୟା କିଛି ଦିନ ହେଲା ନିଜର ମ୍ୟାରେଜ୍ ଲାଇଫକୁ ନେଇ ଖୁବ୍ ଖୁସି ଅଛନ୍ତି । ଆଉ ସେ ସେହି ଧାରାବାହିକର ମୁଖ୍ୟ ନାୟିକା ଦିବ୍ୟଙ୍କା ତ୍ରିପାଠୀଙ୍କୁ ବିବାହ କରିଛନ୍ତି । ଯାହାକୁ ନେଇ ଦୁହେଁ ଖୁବ ଖୁସି ମଧ୍ୟ ଅଛନ୍ତି ।
ସୂଚନା ଅନୁସାରେ, ବିବେକ ଏକ ସାକ୍ଷାତକାରରେ ନିଜର କିଛି ପୁରୁଣା ମୁହୂର୍ତ୍ତକୁ ଆଲୋଚନା କରି ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡିଥିଲେ । ଏହି ସାକ୍ଷାତକାରରେ ସେ କହିବସିଥିଲେ ନିଜର ସଂଘର୍ଷ ପୂର୍ଣ୍ଣ କ୍ୟାରିୟର ସଂପର୍କରେ । ବିବେକ କହିଥିଲେ, ଯେତେବେଳେ ସେ କଲେଜରେ ପାଠପଢୁଥିଲେ ତାଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଟଙ୍କା ନଥିଲା । ଏଥିପାଇଁ ସେ ହୋଟେଲରେ ଝାଡୁ ପୋଛା କାମ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ପିଜା ଡେଲିଭରୀ କାମ କରିବାକୁ ମଧ୍ୟ ପଡିଥିଲା ।
ବିବେକ ଆଉ ମଧ୍ୟ କହିଥିଲେ, ନିଜର ହନିମୁନ ଅବସରରେ ସେ ସେହି ଦୋକନଟିକୁ ଯାଇଥିଲେ ଯେଉଁଠାରେ ସେ କେବେ ପିଜା ବିକ୍ରି କରୁଥିଲେ । ତେବେ ତାଙ୍କ ମତରେ କୌଣସି କାମ ଛୋଟ କିମ୍ବା ବଡ ହୋଇ ନଥାଏ । ବରଂ ଲୋକଙ୍କ ଦୃଷ୍ଟି କୋଣ ଥାଏ ଅଲଗା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/maxresdefault-1.jpg)