କିଙ୍ଗ୍ ଖାନଙ୍କ ନାୟିକା ବନିଲେ ମାଆ !

31

ସୁପରଷ୍ଟାର ଶାହରୁଖ୍ ଖାନଙ୍କ ସହ ରୋମାନ୍ସ କରିବାକୁ କୌଣସି ବି ନାୟିକା ଚାହିଁବେ । ମାତ୍ର ଫରକ୍ ରହିଛି ଏତିକି, ତାଙ୍କୁ ସେଭଳି ସୁଯୋଗ ମିଳିଲେ ତ ! କିଛି ଏଭଳି ହିଁ ସ୍ୱପ୍ନ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଦେଖିଥିଲେ । ତାଙ୍କର ଇଚ୍ଛା ଥିଲା କୌଣସି ସିନେମାରେ କିଙ୍ଗ୍ ଖାନଙ୍କ ସହ ସେ ରୋମାନ୍ସ କରିବାକୁ । ଆଉ ଏଭଳି ଉଦ୍ଦେଶ୍ୟ ରଖି ସେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ନିକଟକୁ ଯାଇଥିଲେ । ଯିଏ କି ଶାହରୁଖଙ୍କ ନେଇ ଏକ ସିନେମା କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ସ୍ୱରା ଭାସ୍କର ପୂର୍ବରୁ ନିର୍ଦ୍ଦେଶକ ଆନନ୍ଦଙ୍କ ସହ ସିନେମା କରିସାରିଛନ୍ତି । ଯେଉଁଥିପାଇଁ ସେ ଆନନ୍ଦଙ୍କ ସହ ଖୋଲାଖୋଲି କଥା ହୋଇଥିଲେ । ସ୍ୱରା ଆନନ୍ଦଙ୍କୁ କହିଥିଲେ, ସେ କିଙ୍ଗ୍ ଖାନଙ୍କ ସହ ସିନେମା କରିବାକୁ ଚାହୁଁଛନ୍ତି । ମାତ୍ର କୌଣସି ମାଆ କିମ୍ବା ଭଉଣୀ ଭୂମିକାରେ ନୁହେଁ । ବରଂ ନାୟିକା ଭୂମିକାରେ । ସ୍ୱରାଙ୍କ ଏଭଳି କଥା ଶୁଣି ଆନନ୍ଦ ତାଙ୍କୁ ସିଧା ମନା କରିଦେଇଥିଲେ । ଆଉ କହିଥିଲେ କି ଶାହରୁଖଙ୍କ ମାଆ ଭୂମିକାରେ ଅଭିନୟ କରିବାକୁ । ତେବେ ନିର୍ଦ୍ଦେଶକଙ୍କ ଏଭଳି ଉତ୍ତର ପାଇବା କ୍ଷଣି ସ୍ୱରାଙ୍କ ମୁହଁର ରଙ୍ଗ ଉଡିଯାଇଥିଲା ।