ବଲିଉଡ ବୋଲ୍ଡ ତଥା ହଟ୍ ଆଇଟମ ଗାର୍ଲ ସନ୍ନି ଲିଓନି ଏବେ ଆଂଚଳିକ ଭାଷାରେ ସିନେମାଗୁଡିକ ପ୍ରତି ମନ ବଳାଇଛନ୍ତି । ଆଉ ତାଙ୍କର ଏହି ଆଗ୍ରହକୁ ନଜରରେ ରଖି ତାଙ୍କୁ ମିଳିଛି ତାଲିମ ସିନେମାର ଅଫର । ଯାହାକୁ ସନ୍ନି ଲିଓନି ଗ୍ରହଣ କରିଛନ୍ତି ।
ନିକଟରେ ତାଙ୍କର ଏହି ପ୍ରଥମ ତାଲିମ ସିନେମାର ଟାଇଟଲ ଘୋଷଣା କରାଯାଇଛି । ଏହାର ନାଁ ରଖାଯାଇଛି ‘ବୀରମାଦେବୀ’ । ସୋସିଆଲ ମିଡିଆରେ ଏହାର ପୋଷ୍ଟର ରିଲିଜ ହେବା ପରେ ଖୁବ ଚର୍ଚ୍ଚାରେ ରହିଛି ସିନେମାଟି । ତେବେ ସିନେମାର ଟାଇଟଲ ଯେଭଳି ଚର୍ଚ୍ଚାରେ ରହିଛି, ସେମିତି ଚର୍ଚ୍ଚାରେ ରହିଛି ସନ୍ନିଙ୍କ ଭୂମିକା । ପ୍ରଥମ ଥର ପାଇଁ ସନ୍ନି ଲିଭାଇବେ ଜଣେ ଯୋଦ୍ଧା ଭୂମିକା । ଐତିହାସିକ କାହାଣୀ ସହିତ ଦମଦାର ଆକ୍ସନ ଦେଖିବାକୁ ମିଳିବ ଫିଲ୍ମରେ । ଯାହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ସନ୍ନି ।
ଏଥିପାଇଁ ସନ୍ନି ମାର୍ଶିଆଲ ଆର୍ଟ, ଖଣ୍ଡା ଚାଳନା, ଘୋଡା ଚାଳନା, ଆଦି ତାଲିମ ନେବା ଆରମ୍ଭ କରି ଦେଇଛନ୍ତି । ଏହି ସିନେମାଟି ସନ୍ନିଙ୍କ କ୍ୟାରିଅର ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କର ଛବିକୁ ବଦାଳାଇ ଦେବ ବୋଲି ଆଲୋଚନା କରାଯାଉଛି । ‘ବୀରମାଦେବୀ’ ଫିଲ୍ମର ପ୍ରଯୋଜକ କରୁଛନ୍ତି ପୋନ ଷ୍ଟିଫେନ । ଏହା ସଙ୍ଗେ ସିନେମାଟି ତାଲିମ, ତେଲୁଗୁ, କନ୍ନର ମାଲାୟଲାମ ଓ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଜାନୁଆରୀ ମାସରୁ ଏହାର ସୁଟିଂ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏବେ ଖାଲି ବାକି ରହିଛି କି ସନ୍ନି କରୁଥିବା ପରିଶ୍ରମ ଫଳପ୍ରଦ ହୋଇପାରୁଛି କି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/prabhu_deva_arvind_swamy_and_trishas_connection_with_sunny_leone’s_period_war_film.jpg)