ଛୋଟ ପରଦାର ତଥା ହାସ୍ୟକଳାକାର ସୁଗନ୍ଧା ମିଶ୍ରଙ୍କୁ ସଂଜୁ ବାବା ତଥା ସଂଜୟ ଦତ୍ତଙ୍କ ସହ ପ୍ରେମ ହୋଇ ଯାଇଛି । ତେବେ ଏଥିରେ ଚକିତ ହୁଅନ୍ତୁ ନାହିଁ । କାରଣ ସୁଗନ୍ଧା ପ୍ରେମ କରୁଥିବା ସଂଜୟ ଦତ୍ତ ବଲିଉଡ ନାୟକ ସଂଜୟ ଦତ୍ତ ନୁହଁନ୍ତି ବରଂ ଛୋଟ ପରଦାରେ ସଂଜୟଙ୍କ ନକଲୀ କରୁଥିବା ସଂଙ୍କେତ ଭୋସଲେ ତଥା ସଂଜୁ ବାବାଙ୍କ ସହ ହୋଇଛି ।

Advertisment

ମିଳିଥିବା ସୂଚନାର ଯାହା ଶୁଣିବାକୁ ମିଳିଛି, କିଛି ଦିନେ ହେଲା ସୁଗନ୍ଧା ଏବଂ ସଙ୍କେତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଛି । ଆଉ ଏବେ ଉଭୟ ଉଭୟଙ୍କୁ ଡେଟ୍ କରୁଛନ୍ତି । ତେବେ ସଙ୍କେତଙ୍କ ସଂଜୟ ଦତ୍ତଙ୍କ ଭଲ ନକଲୀ କରୁଥିବାରୁ ସେ ସଂଜୁବାବା ନାଁରେ ଖୁବ୍ ଜଣାଶୁଣା । ସୁଗନ୍ଧା ଏବଂ ସଙ୍କେତ ପାଖାପାଖି ଏକ ବର୍ଷହେଲା ପରସ୍ପରକୁ ଭଲ ପାଇ ଆସୁଛନ୍ତି । ଖାଲି ସେତିକି ନୁହେଁ ସୁଗନ୍ଧା କପିଲଙ୍କୁ କହି ସଙ୍କେତଙ୍କୁ ମଧ୍ୟ ତାଙ୍କ ଶୋ’ରେ ସାମିଲ କରିଛନ୍ତି । ତେବେ ନିକଟରେ ସେମାନେ ବିବାହ କରିପାରନ୍ତି ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।