ବଲିଉଡ୍ ତାରକାଙ୍କ ବଦ୍ ଅଭ୍ୟାସ ! ଯାହାକୁ ଜାଣିଲେ ପ୍ରଶଂସା ବଦଳରେ କରିବେ ଘୃଣା

ବଲିଉଡ୍ ତାରକାଙ୍କ ବଦ୍ ଅଭ୍ୟାସ ! ଯାହାକୁ ଜାଣିଲେ ପ୍ରଶଂସା ବଦଳରେ କରିବେ ଘୃଣା

କହିବାକୁ ଗଲେ ତ ପରଦାରେ ଏମାନେ ସବୁବେଳେ ପରଫେକ୍ଟ ଲୁକରେ ହିଁ ନଜର ଆସନ୍ତି ମାତ୍ର ରିୟଲ ଲାଇଫରେ ବହୁତ ଅଲଗା । କିନ୍ତୁ ଏମାନଙ୍କୁ ଦେଖିଲେ ଲାଗିବନି ଏମାନେ କୌଣସି ଖରାପ ଅଭ୍ୟାସରେ ଅଭ୍ୟସ୍ତ ବୋଲି । ତେବେ ଆଜି ଆମେ କିଛି ନାମକରା ବଲିଉଡ ତାରକାଙ୍କ ବଦ ଅଭ୍ୟାସ ସଂପର୍କରେ କହିବୁ ଯାହାକୁ ଜାଣିଲେ ଆପଣ ତାଙ୍କର ପ୍ରଶଂସା କରିବା ବନ୍ଦ କରିଦେବେ ଆଉ ଘୃଣା କରିବା ଆରମ୍ଭ କରିଦେବେ ।

କରିନା କପୁର, ବଲିଉଡର ବେବୋ ତଥା କରିନା କପୁରଙ୍କ ଏକ ଖରାପ ଅଭ୍ୟାସ ହେଲା ସେ ସବୁବେଳେ ନଖ ଚୋବାଇବା । ଯଦିଓ ସେ ଏହାକୁ ଛଡାଇବାକୁ ବହୁ ବାର ଚେଷ୍ଟା କରିଛନ୍ତି ମାତ୍ର ଅସମର୍ଥ ଅଟନ୍ତି ।

ଜନ୍ ଆବ୍ରାହୀମ, ଅଭିନେତା ଜନ୍ ଆବ୍ରାହୀନଙ୍କ ସବୁବେଳେ ଗୋଡ ହଲାଇବାର ଅଭ୍ୟାସ ରହିଛି । ଯଦିଓ ତାଙ୍କୁ ଡ୍ୟାନ୍ସ କରିବାକୁ କୌଣସି ସୋକ୍ ନାହିଁ କିନ୍ତୁ ଗୋଡ ହଲାଇବାରେ ମାହିର ଅଟନ୍ତି ।

ଦବଙ୍ଗ ବୟ ସଲମାନ ଖାନ, ସଲମାନଙ୍କ ରାଗ ବିଷୟରେ ତ ପ୍ରାୟ ସମସ୍ତଙ୍କୁ ଜଣା ଥିବ । ସେ ଏତେମାତ୍ରାରେ ରାଗି ଯାଆନ୍ତି କି ନିଜ ଗର୍ଲଫ୍ରେଣ୍ଡଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ମାଫ୍ କରନ୍ତି ନାହିଁ । ଯେଉଁଥିପାଇଁ ସେ ଅନେକ ସମୟରେ ବିବାଦରେ ରହିଥାନ୍ତି ।

ସଂଜୟ ଦତ୍ତ, ସଂଜୁ ଭାଇଙ୍କ ମଦ ପିଇବାର ଏକ ବହୁତ ବଡ ଖରାପ ଅଭ୍ୟାସ ଥିଲା ଯାହାକୁ ତାଙ୍କ ପତ୍ନୀ ମାନ୍ୟତା ଛଡାଇବାରେ ସଫଳ ହୋଇଥିଲେ କିନ୍ତୁ ତାଙ୍କର ଆଉ ଏକ ଖରାପ ଅଭ୍ୟାସ ହେଲା ନଖ ଖାଇବା ଯେଉଁଟିାରେ ମାନ୍ୟତା ମାରିଛନ୍ତି ଫେଲ୍ ।

ରଣବୀର କପୁର , ଏହି ଅଭିନେତାଙ୍କ ଖରାପ ଅଭ୍ୟାସ ହେଲା ସିଗାରେଟ ଟାଣିବା । ଆଉ ତାଙ୍କର ବଦ ଅଭ୍ୟାସ କାରଣରୁ ତାଙ୍କ ସହ କାମ କରୁଥିବା ଲୋକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରନ୍ତି । କାରଣ ତାଙ୍କୁ ପ୍ରତି ସର୍ଟରେ ଗୋଟେ ଲେଖାଏଁ ସିଗାରେଟ ଦରାକର ପଡେ ।

ଜିତେନ୍ଦ୍ର, ଅଭିନେତା ଜିତେନ୍ଦ୍ର ମଧ୍ୟ ଏକ ଖରାପ ଅଭ୍ୟାସର ବଶବର୍ତ୍ତୀ । କୁହାଯାଏ, ଜିତେନ୍ଦ୍ର ଯେତେବେଳେ ବି ଟଏଲେଟ ଯାଆନ୍ତି ଟଶଲେଟ୍ ଭିତରେ ଅମୃତଭଣ୍ଡା ଏବଂ ଅନ୍ୟ ଫଳମାନ ଖାଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe