ଖ୍ୟାତନାମା ଗାୟକ ଜୁବେନ ଗର୍ଗଙ୍କୁ ତିନି ମାସ ଜେଲ୍ ସହିତ ୫ ହଜାର ଟଙ୍କାର ଜରିମାନା

35

ବଲିଉଡ ତଥା ଆସାମୀ ସଙ୍ଗୀତ ଜଗତର ଖ୍ୟାତନାମା ଗାୟକ ଜୁବେନ ଗର୍ଗଙ୍କୁ ସେସନସ୍ କୋର୍ଟ ତିନି ମାସର କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି । ଏହା ଛଡ଼ା ତାଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସୂଚନା ମୁତାବକ, ୨୦୧୩ରେ ଗାୟକ ଜୁବେନ ଗର୍ଗ ଜଣେ ଆଇନଜୀବୀଙ୍କ ପୁଅ ଅରୁପ ବୋରବୋରାଙ୍କୁ ଚାପୁଡ଼ା ମାରିଥିଲେ । ଅରୁପ ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବାର ଦେଖି ଉତ୍ୟକ୍ତ ହୋଇ ଜୁବେନ୍ ଏଭଳି କାଣ୍ଡ ଭିଆଇଥିଲେ । ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୨୩,୩୪୧ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା ।

ତେବେ ତାଙ୍କ ବିରୋଧରେ ହୋଇଥିବା କେବଳ ୩୪୧ ଧାରାର ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ । ଏହି ମାମଲାର ବିଚାର କରି ଜଜ୍ଗାୟକ ଜୁବେନ ଗର୍ଗଙ୍କୁ ସେସନସ୍ କୋର୍ଟ ତିନି ମାସର କାରାଦଣ୍ଡାଦେଶ ଦେଇଥିବା ଜଣାଯାଇଛି । ଏହା ଛଡ଼ା ତାଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହିା ଦଣ୍ଡାଦେଶ ବିରୋଧରେ ଜୁବେନ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି ।

ସୌଜନ୍ୟ: ଟାଇମ୍ସ ଅଫ ଇଣ୍ଡିଆ