ଟେଲିଭିଜନ୍ ଜଗତର ଲୋକପ୍ରିୟ ଧାରାବାହିକ ‘ଦିଲ୍ ସେ ଦିଲ୍ ତକ୍’ ଏବଂ ‘ସ୍ୱାଭିମାନ’ ର ମହାସଙ୍ଗମ ଏପିସୋଡର ସୁଟିଂ ମୁମ୍ବାଇର ସିନେମା ସିଟିରେ ଚାଲୁଥିଲା ଆଉ ଏହି ସମୟରେ ସିଦ୍ଧାର୍ଥ ସୁକ୍ଲା ଏବଂ ଆଙ୍କିତ ଶର୍ମା ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ପାର୍ଥ (ସିଦ୍ଧାର୍ଥ) ଏବଂ ନୈନା (ଆଙ୍କିତା) ଏକ କଫି ସପରେ ଭେଟାଭେଟି ହୁଅନ୍ତି । ଠିକ୍ ଏହି ସମୟରେ ହିଁ କୌଁଣସି କାରଣରୁ ଦୋକାନଟିରେ ହଠାତ୍ ନିଆଁ ଲାଗିଯାଏ । ତେବେ ଏହି ସମୟରେ ଉଭୟେ ସେଠାରୁ ଦୌଡି ଚାଲିଯାଉଥିବାବେଳେ ଏକ ଗାତରେ ପଡି ଯାଇଥିଲେ ।
ତେବେ ଏହି ସମୟରେ ହିଁ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହାଦ୍ୱାରା ସିଦ୍ଧାର୍ଥଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଅଙ୍କିତାଙ୍କ ହାତରେ ଗଭୀର ଆଘାତ ଲାଗିଛି । ଯେଉଁଥିପାଇଁ ସୁଟିଂ କାର୍ଯ୍ୟକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ତେବେ ଉଭୟେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।
ଏହାସହ ମଧ୍ୟ ପଢନ୍ତୁ- ନିଜ ଭଉଣୀ ସହିତ ଅକ୍ଷୟ କୁମାର ଏହି ସିନେମାରେ କରିଥିଲେ ରୋମାନ୍ସ ! ଏହି କାରଣରୁ ଅଭିନୟ ଜଗତରୁ ନେଇ ଗଲେ ସନ୍ୟାସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/sidharth-and-ankita.png)