ବଲିଉଡ୍ କିଙ୍ଗ୍ ଖାନଙ୍କ ନୂଆ ଖୁଲାସା ! କହିଲେ ‘ମୁଁ ପ୍ରେମ ପରୀକ୍ଷାରେ ସବୁବେଳେ ହୁଏ ଫେଲ୍’

29

କିଙ୍ଗ୍ ଖାନଙ୍କ ଯେତେ ପ୍ରଶଂସା କଲେ ବି କମ୍ ପଡିବ । କାରଣ ପରିସ୍ଥିତି ସହ କିପରି ଖେଳାଯାଏ ତାହାର ଟ୍ରିକ୍ ତାଙ୍କୁ ଖୁବ୍ ମାଲୁମ୍ । ଏମିତିକି ଅତି ଜଟିଳରୁ ଜଟିଳ ପ୍ରଶ୍ନର ମଧ୍ୟ ସରଳ ଏବଂ ଥଟ୍ଟାମଜାର ସହ ସେ ଉତ୍ତର ମଧ୍ୟ ଦେଇଥାନ୍ତି । ତେବେ ଆମେ ଏଠାରେ ଏକଥା କହିବାର ତାତ୍ପର୍ଯ୍ୟ ହେଲା, ନିକଟରେ ଶାହରୁଖଙ୍ଗ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ‘ନାନାବଟି ହସ୍ପିଟାଲ’କୁ ଯାଇଥିଲେ । ଏବଂ ହସ୍ପିଟାଲରୁ ବାହାରିବା ମାତ୍ରକେ ତାଙ୍କୁ ସାମ୍ନା କରିବାକୁ ପଡିଥିଲା ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ।

ଯେତେବେଳେ ଶାହରୁଖଙ୍କୁ ପ୍ରଶ୍ନ କରାଗଲା କି ଏତେସାରା ସର୍ଜରୀ କରି ସାରିବାପରେ ମଧ୍ୟ ଆପଣଙ୍କ ଏନର୍ଜି ଟିକେ କମି ଯାଇନାହିଁ ତ ? ଶାହରୁଖ ସ୍ୱାମ୍ବାଦିକଙ୍କ ଏହି ପ୍ରଶ୍ନକୁ ପୁରା ବଦଳାଇ ଦେଇଥିଲେ ଆଉ କହିଥିଲେ, ‘ଆଶ୍ଚର୍ଯ୍ୟର ବିଷୟ ହେଲା ମୁଁ କେବେ କୌଣସି ଖତରନାକ କାମ କରିବା କାରଣରୁ ଆହତ ହୋଇନି । ବରଂ ମୁଁ ଜଣେ ରୋମାଂଟିକ ହିରୋ । ଆଉ ମୁଁ ସବୁବେଳେ ପ୍ରେମ କରିବା ସମୟରେ ହିଁ ଆହତ ହୁଏ । ମୋର ଆଣ୍ଠୁରେ ଆଘାତ ଲାଗିଛି ସତ କିନ୍ତୁ ଏହା କୌଣସି ଷ୍ଟଂଟ କାରଣରୁ ନହେଁ ବରଂ ଡ୍ୟାନ୍ସ କରିବା ସମୟରେ ଲାଗିଥିଲା ।’

ତେବେ ଏହି ଅବସରରେ ଡାକ୍ତର ଅଲୀ କିଙ୍ଗ୍ ଖାନଙ୍କ ସଂପର୍କରେ ଖୁଲାସା କରି କହିଥିଲେ, ଥରେ ଶାହରୁଖ ଷ୍ଟଂଟମ୍ୟାନଙ୍କୁ ଟଙ୍କା ଦେଇଥିଲେ ,ଯେପରିକି ସେ ନିଜେ ସେହି ଷ୍ଟଂଟଟିକୁ କରିବେ କିନ୍ତୁ ଏହାଦ୍ୱାରା ଶାହରୁଖ ଆହାତ ମଧ୍ୟ ହୋଇଥିଲା ।