ଜିଟିଭର ରିଆଲିଟି ଶୋ ସାରେଗାମାପା ଲିଟଲ ଚାମ୍ପସର ସ୍ୱରର ମହାସଂଗ୍ରାମରେ ରାଜ୍ କରୁଛନ୍ତି ଓଡିଆ ପୁଅ ସତ୍ୟଜିତ୍ ଜେନା । ଆନନ୍ଦପୁରର ଏକ ଛୋଟ ଗାଁରୁ ଆସିଥିବା ଏହି କୁନି ଓଡିଆ ପୁଅ ନିଜର ଆଶ୍ଚର୍ଯ୍ୟଜନକ ପ୍ରତିଭା ବଳରେ ଏବେ ଚାରିଆଡେ ଚର୍ଚ୍ଚିତ ।
କିନ୍ତୁ ଏହାସବୁ ସତ୍ୱେ ମଧ୍ୟ ଶୋରେ ନିଜର ସ୍ଥିତି ବଜାୟ ରଖିବା ସହ ବିଜୟ ହାସଲ ପାଇଁ ସତ୍ୟଜିତଙ୍କୁ ଦରକାର ଆପଣଙ୍କ ସହଯୋଗ । ଯାହାର ମୁଖ୍ୟ ମାଧ୍ୟମ ହେଲା ମୋବାଇଲ୍ ଭୋଟିଂ । ତେଣୁ ସତ୍ୟଜିତଙ୍କୁ ଭୋଟ କରିବା ପାଇଁ ମୋବାଇଲ୍ ମେସେଜ୍ ବକ୍ସକୁ ଯାଇ ‘ଏସଆରଜିଏମପି’ ସ୍ପେସ୍ ଦେଇ ଏସଏଟି ଟାଇପ୍ କରିବା ପରେ ଏହାକୁ ୫୭୫୭୫ରେ ପଠାଇ ଦିଅନ୍ତୁ ।
ଏହି ଭୋଟିଂ ଲାଇନ୍ ରବିବାର ରାତି ୯ଟାରୁ ମଙ୍ଗଳବାର ସକାଳ ୧୦ଟା ଯାଏଁ ଖୋଲା ରହିଛି । ତେବେ ଗୋଟିଏ ମୋବାଇଲରୁ ମଧ୍ୟ ଏକାଧିକ ମେସେଜ୍ ପଠାଇପାରିବେ । ଶୁଭେଚ୍ଛା ସହ ଏସଏମଏସ୍ ତାଙ୍କ ସଫଳତାର ରାସ୍ତାକୁ ନିଶ୍ଚୟ ସହଜ କରିପାରିବ ବୋଲି ଆଶା ରଖିଛନ୍ତି ସତ୍ୟଜିତ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/Satyajeet_Jena_.jpg)