ସିନେମା ‘ଭୂମି’ ବେଳେ ଅଘଟଣ ! ମୁନ୍ନା ଭାଇ ହେଲେ ଆହତ

28

ମୁନ୍ନା ଭାଇ ହେଲେ ଘାଇଲା । ନିଜର ଆଗାମୀ ସିନେମା ଭୂମି ର ସୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି । ତାଜା ସୂଚନା ଅନୁସାରେ, ଅମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଆକ୍ସନ ସିନେମା ଭୂମିରେ ସଂଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଯାହାର ସୁଟିଂ ଉତ୍ତରପ୍ରଦେଶରେ ଚାଲିଛି । ତେବେ ସୁଟିଂ ସମୟରେ ସଂଜୟ ଦତ୍ତଙ୍କ ମାଂସପେସୀରେ ଗଭୀର ଯନ୍ତ୍ରଣା ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି ।

ତେବେ ଏହି ସିନେମାରେ ଏକ ସିନ୍ ରହିଛି ଯେଉଁଥିରେ ସଂଜୟ ଦତ୍ତଙ୍କୁ କୌଣସି କାରଣରୁ ଗୁଣ୍ଡାଙ୍କ ସହ ମୁକାବିଲା କରିବାକୁ ପଡିଥିଲା । ଏବଂ ଏହି ସମୟରେ ହିଁ ତାଙ୍କ ମାଂସପେସୀରେ ଗଭୀର ଯନ୍ତ୍ରଣା ହୋଇଥିଲା । ପେନ କିଲର ଖାଇ ସେ ତାଙ୍କ ସୁଟିଂ ଜାରି ରଖିଥିଲେ କିନ୍ତୁ ଯନ୍ତ୍ରଣା ଧିରେ ଧିରେ ବଢିବାକୁ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ନିକଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବେ ସେ ପୁରା ସୁସ୍ଥ୍ୟ ଅଛନ୍ତି ବୋଲି ମିଳିଥିବା ସୂଚନାରୁ ତାହା ଜଣା ପଡିଛି ।