ସୁଲତାନଙ୍କ ବିରୋଧରେ ଥାନାରେ ମାମଲା

64

ରିଏଲିଟି ସୋ’ ବିଗବସ୍-୧୧ରେ ଏଥର କିଛି ଅଧିକ ବୋବାଲ ଦେଖିବାକୁ ମିଳିଛି । ପ୍ରତିଯୋଗୀଙ୍କ ଉପରେ ବର୍ଷିଛନ୍ତି ହୋଷ୍ଟ ସଲମାନ ଖାନ୍ । ଏପରିକି ବିଗବସ୍-୧୧ରୁ ବାହାର ହୋଇ ସାରିଥିବା ପ୍ରତିଯୋଗୀ ଜୁବୈର ଖାନଙ୍କୁ ସିଧାସଳଖ ଧମକ ଦେଇଛନ୍ତି ସଲମାନ ଖାନ୍ । ସୋ’ରୁ ବାହାରିଲେ କୁକୁର ବନେଇବାକୁ ଜୁବୈରଙ୍କୁ ଧମକ ଦେଇଛନ୍ତି ସଲମାନ ।

ସୂଚନା ମୁତାବକ, ସୋ’ରେ ମହିଳା ପ୍ରତିଯୋଗୀଙ୍କ ପ୍ରତି ଜୁବୈର ଖାନଙ୍କ ଦୁର୍ବ୍ୟବହାର ଏବଂ ଧମକ ଦେବା ଯୋଗୁଁ ତାଙ୍କ ଉପରେ ଖୁବ୍ ରାଗି ଯାଇଥିଲେ ସଲମାନ । ତେବେ ଏହା ପରେ ମାନସିକ ଚାପରେ ଥିବା ଜୁବୈର ଅଧିକ ନିଦ ବଟିକା ଖାଇବା ଫଳରେ ହସ୍ପିଟାଲ ଯିବାକୁ ପଡିଥିବା ଅଭିଯୋଗ ହୋଇଛି । ଘଟଣା ଏପରି ହୋଇଛି ଯେ ମାମଲା ପହଂଚିଛି ଥାନାରେ । ସଲମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜୁବୈର ।

ଅନ୍ୟପଟେ, ବିଗବସ୍ ୧୧ ସୋ’ରୁ ବାହାରିବା ପରେ ସଲମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଜୁବୈର ଖାନ୍ । ଖାଲି ସେତିକି ନୁହେଁ, ସାହସ ଅଛି ତ ବିନା ବଡିଗାର୍ଡରେ ସଲମାନ ତାଙ୍କୁ ଭେଟି ଦେଖାନ୍ତୁ ବୋଲି ଜୁବୈର ଖାନ୍ କହିଛନ୍ତି ।