ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଧାରାବାହିକ ବିଗ୍ ବସ ସିଜିନ୍-୧୦’ର ପ୍ରତିଯୋଗୀ ତଥା ସ୍ୱାମୀ ଓମଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ତେବେ କିଛି ଦୁର୍ବୃତ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ପାଖାପାଖି ୩୦ ହଜାର ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ତେବେ ଏହି ଘଟଣାଟି ହରିୟାଣାର ପାନିପତଠାରେ ଘଟିଛି ।
ସୂଚନା ମୁତାବକ, ମାର୍ଚ୍ଚ ୨୬ ତାରିଖ ରାତିରେ ସେ ରହୁଥିବା ହରିୟାଣାର ସେକ୍ଟର-୬ ସ୍ଥିତ ଏକ ଦୋକାନ ମଧ୍ୟରେ ଠିଆ ହୋଇଥିଲେ । ଏହି ସମୟରେ ପାଖାପାଖି ୬ ମୁଖାପିନ୍ଧା ଯୁବକ ହଠାତ୍ ସେହି ଦୋକାନ ଭିତରୁ ପସି ଆସିଥିଲେ । ଏବଂ ତାଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ମାଡମାରି ତାଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ଲୁଟି ନେଇ ଚାଲିଯାଇଥିଲେ ।
ତେବେ ସ୍ୱାମୀ ଓମ୍ ଏହି ଘଟଣାର ଅଭିଯୋଗ ନିକଟସ୍ଥ ପୋଲିସ ଷ୍ଟେସନରେ କରିଥିଲେ । ବର୍ତ୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛି । ମାତ୍ର ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ବି ସନ୍ଧ୍ୟାନ ମିଳି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/okmmm.jpg)